ନୂଆଦିଲ୍ଲୀ – ଆଇପିଏଲ ୨୦୨୫ର ୬୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏକ ଦୃଢ଼ ପ୍ରଦର୍ଶନ କରି ଚେନ୍ନାଇ ସୁପରକିଙ୍ଗସ୍କୁ ୬ ଉଇକେଟରେ ହରାଇଦେଲା। ଦିଲ୍ଲୀର ଅରୁଣ୍ ଜେଟଲି ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚରେ ଚେନ୍ନାଇ ଦ୍ୱାରା ଦିଆଯାଇଥିବା ୧୮୮ ରନର ଲକ୍ଷ୍ୟକୁ ରାଜସ୍ଥାନ ଦଳ ୧୭.୧ ଓଭରରେ ୪ ଉଇକେଟ ହରାଇ ପୂରଣ କରିଥିଲା।
ବ୍ୟାଟିଂରେ ଦମଦାର ରହିଲା ରାଜସ୍ଥାନ:
ରାଜସ୍ଥାନ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୫୭ ରନ, ସଂଜୁ ସାମସନ ୪୧ ରନ, ଯଶସ୍ବୀ ଜୟସ୍ୱାଲ ୩୬ ରନ ଓ ଧ୍ରୁବ ଜୁରେଲ ୩୧ ରନ କରି ଦଳକୁ ବିଜୟ ମୁଖରେ ନେଇଯାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ:
ଟସ୍ ହାରି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୭/୬ ରନ କରିଥିଲା। ଆୟୁଷ ମାହାତ୍ରେ ୪୩, ବ୍ରେଭିସ୍ ୪୨, ଶିବମ ଦୁବେ ୩୯ ଓ ଧୋନି ୧୬ ରନ କରିଥିଲେ।
ବୋଲିଂରେ ରାଜସ୍ଥାନଙ୍କ ମୁଖ୍ୟ ଯୋଗଦାନ:
ୟୁଧବୀର ସିଂ ଚରକ ଓ ଆକାଶ ମାଧଓ୍ବାଲ ୩ଟି ୱିକେଟ ନେଇଥିଲେ, ତେବେ ଦଳକୁ ଚାପ ଦେବାରେ ସଫଳ ହୋଇଥିଲେ।
ପ୍ଲେଅଫ୍ ଆଶା ଦୁର୍ବଳ:
ଉଭୟ ଦଳ ପଏଣ୍ଟ ଟେବୁଲର ତଳେ ଅଛି। ଏହି ହାର ସହିତ ଚେନ୍ନାଇ ଓ ରାଜସ୍ଥାନ – ଦୁଇଁ ଦଳ ପାଇଁ ଏବେ ପ୍ଲେଅଫ୍ରେ ପହଞ୍ଚିବାର ସମ୍ଭାବନା ଅତ୍ୟନ୍ତ ନିମ୍ନ ହୋଇଯାଇଛି।