ନୂଆଦିଲ୍ଲୀ – ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ତନାତନି ପରିପ୍ରେକ୍ଷିରେ ଇଣ୍ଡିଆନ ପ୍ରିମିୟର୍ ଲିଗ (IPL) 2025 ର 18ତମ ସଂସ୍କରଣକୁ ଏକ ସପ୍ତାହ ପାଇଁ ରୋକି ଦିଆଯାଇଛି। BCCI ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ସମୟରେ ଦେଶର ହିତ ଅନ୍ୟ ସମସ୍ତ କାମ ଅପେକ୍ଷା ଅଗ୍ରଗାମୀ ରଖିବା ଦରକାର। ଆତଙ୍କବାଦୀ ଆକ୍ରମଣ ପରେ ଦେଶ ଯେମିତି ସଜାଗ ହୋଇଛି, ତେଣୁ ଏହି ପଦକ୍ଷେପ ଅନିର୍ଵାର୍ଯ୍ୟ ଥିଲା।
ଏହି ମଧ୍ୟରେ BCCI ଇଂଗିତ ଦେଇଛି ଯେ, IPL 2025 ପୁଣି ଆସନ୍ତା ସପ୍ତାହରୁ ପୁନରାରମ୍ଭ ହେବାର ସମ୍ଭାବନା ରହିଛି। ଏପରି ଅବସ୍ଥାରେ ଆଗାମୀ ଦିନରେ ଏହା ସଂପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିବ ବୋଲି କୁହାଯାଇଛି।