ଗୁଆହାଟୀ: Indian Premier League ୨୦୨୬ର ତୃତୀୟ ମ୍ୟାଚ୍‌ରେ Rajasthan Royals ତାଙ୍କର ଶକ୍ତିଶାଳୀ ବୋଲିଂ ପ୍ରଦର୍ଶନରେ Chennai Super Kings ‌କୁ ମାତ୍ର ୧୨୭ ରନ୍‌ରେ ଅଟକାଇଦେଇଛି। ଆସାମର ଗୁଆହାଟୀସ୍ଥିତ Barsapara Cricket Stadiumରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନେବାର ସଠିକ୍‌ ନିଷ୍ପତ୍ତି ନେଇଥିଲା।

ଚେନ୍ନାଇ ପକ୍ଷରୁ ଅଧିନାୟକ Ruturaj Gaikwadଙ୍କ ନେତୃତ୍ୱରେ ଦଳ ୧୯.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୭ ରନ୍‌ ସଂଗ୍ରହ କରିଥିଲା। ଦଳର ଆରମ୍ଭ ଖୁବ ଦୁର୍ବଳ ଥିଲା। ଓପେନର Sanju Samson ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିଲେ, ଯେତେବେଳେ ଗାଏକ୍ବାଡ୍‌ ମଧ୍ୟ ସେଇ ସ୍କୋରରେ ପେଭିଲିଅନ୍‌ ଫେରିଥିଲେ। ତାପରେ ଆୟୁଷ ମହାତ୍ରେ ଓ ମାଥ୍ୟୁ ସର୍ଟ ମଧ୍ୟ ବୃହତ୍‌ ସ୍କୋର କରିପାରିନଥିଲେ।

ମଧ୍ୟକ୍ରମରେ Sarfaraz Khan ୧୭ ରନ୍‌ କରି କିଛି ପରିମାଣରେ ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ Ravindra Jadeja ଏକେ ଓଭରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ନେଇ ମ୍ୟାଚ୍‌ର ଦିଗକୁ ପରିବର୍ତ୍ତନ କରିଦେଇଥିଲେ। Shivam Dube ମଧ୍ୟ ମାତ୍ର ୬ ରନ୍‌ରେ ଆଉଟ୍‌ ହୋଇଥିଲେ।

ରାଜସ୍ଥାନ ପକ୍ଷରୁ ବୋଲରମାନେ ଏକତ୍ରିତ ଭାବରେ ଭଲ ପ୍ରଦର୍ଶନ କରିଥିଲେ। Jofra Archer, Nandre BurgerRavindra Jadeja ୨ଟି କରି ୱିକେଟ୍‌ ନେଇଥିବାବେଳେ ଅନ୍ୟ ବୋଲରମାନେ ମଧ୍ୟ ଭଲ ସମର୍ଥନ ଦେଇଥିଲେ।

ଏବେ ମ୍ୟାଚ୍‌ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସକୁ ୧୨୮ ରନ୍‌ର ଲକ୍ଷ୍ୟ ମିଳିଛି। ମ୍ୟାଚ୍‌ର ଦ୍ୱିତୀୟ ପାଳି କିପରି ଗଡ଼ିଉଠିବ ସେଥିପାଇଁ ଦର୍ଶକମାନେ ଅପେକ୍ଷାରେ ରହିଛନ୍ତି।