ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ ଇରଫାନ ପଠାନ ତାଙ୍କ କ୍ୟାରିୟର ସହିତ ଜଡିତ ଏକ ଚର୍ଚ୍ଚିତ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ୨୦୦୯ ମସିହାରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ, ଶ୍ରୀଲଙ୍କା ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ, ସେମାନଙ୍କୁ କୌଣସି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିନଥିଲା। ପଠାନଙ୍କ ଅନୁସାରେ, ତତ୍କାଳୀନ କପ୍ତାନ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକାରେ ତାଙ୍କୁ ଦଳରୁ ବାହାର କରାଯାଇଥିଲା।

ଇରଫାନ କହିଛନ୍ତି, “ମୁଁ ସେତେବେଳେ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନଙ୍କୁ ପଚାରିଥିଲି, କାହିଁକି ସୁଯୋଗ ମିଳୁନି? କର୍ଷ୍ଟନ ସପଷ୍ଟ କରିଦେଇଥିଲେ ଯେ ଏହା ତାଙ୍କ ହାତରେ ନୁହେଁ। ସେତେବେଳେ ସମସ୍ତଙ୍କୁ ଜଣା ଥିଲା ଯେ ଏହି ନିଷ୍ପତ୍ତି କପ୍ତାନଙ୍କ ହାତରେ ଥାଏ।”

ସେ ଆହୁରି କହିଛନ୍ତି, “ଦଳରେ ସେହି ସମୟରେ ଜଣେ ବ୍ୟାଟିଂ ଅଲରାଉଣ୍ଡର ଦରକାର ଥିଲା। ମୋ ଭାଇ ୟୁସୁଫ୍ ପଠାନ ବ୍ୟାଟିଂ ଅଲରାଉଣ୍ଡର ଥିଲେ, ଆଉ ମୁଁ ବୋଲିଂ ଅଲରାଉଣ୍ଡର। ସେଥିପାଇଁ ୟୁସୁଫ୍‌କୁ ଦଳରେ ନିଆଗଲା। କିନ୍ତୁ ଏବେ ଟିମ୍ ଦୁଇଜଣ ଅଲରାଉଣ୍ଡରଙ୍କୁ ସହଜରେ ଦଳରେ ସାମିଲ କରୁଛି।”