ୟୁଏଇ: ଏସିଆ କପ୍ ୨୦୨୫ରେ ଭାରତୀୟ ଦଳ ଦାମ୍ଦାର ଆରମ୍ଭ କରି UAEକୁ ୯ ଉଇକେଟରେ ପରାସ୍ତ କରିଛି। ୨୭ଟି ବଲ୍ରେ ମାତ୍ରେ ମ୍ୟାଚ୍ ଜିତି, ଟିମ୍ ଇଣ୍ଡିଆ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ଅପରାଜିତ ବିଜୟରେ ସବୁଠୁ ବଡ଼ ଭୂମିକା ଥିଲା ବାମହସ୍ତୀୟ ସ୍ପିନର କୁଲଦୀପ ଯାଦବଙ୍କର, ଯିଏ ୭ ରନ୍ ଦେଇ ୪ଟି ଉଇକେଟ୍ ନେଇ ‘ପ୍ଲେୟର୍ ଅଫ୍ ଦି ମ୍ୟାଚ୍’ ହୋଇଥିଲେ।
ଏହି ପ୍ରଦର୍ଶନ ସହିତ ସେ ଏସିଆ କପ୍ର ସର୍ବଶ୍ରେଷ୍ଠ ସ୍ପିନର୍ ହୋଇଛନ୍ତି ଏବଂ ପାକିସ୍ତାନର ଶାଦାବ ଖାନଙ୍କ ରେକର୍ଡକୁ ଭଙ୍ଗିଦେଇଛନ୍ତି।
କିନ୍ତୁ କୁଲଦୀପଙ୍କ ଯାତ୍ରା ସହଜ ଥିଲା ନୁହେଁ। ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ, ୧୩ ବର୍ଷ ବୟସରେ ସେ ଆତ୍ମହତ୍ୟା କରିବାର କଥା ଭାବିଥିଲେ, କାରଣ ସେ ଉତ୍ତର ପ୍ରଦେଶର ୧୫ ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ପାରିନଥିଲେ। ନିରାଶାରେ ଡୁବିଥିବା ସେହି ଶିଶୁକୁ, କଠୋର ପରିଶ୍ରମ ଓ ସଙ୍କଳ୍ପ ନୂଆ ଦିଗକୁ ନେଇଗଲା।
ଟିମ୍ ଇଣ୍ଡିଆରୁ କେତେବେଳେ ବାହାରିବା, ବେଞ୍ଚରେ ବସିବା ସତ୍ତେ, କୁଲଦୀପ ପୁଣିଥରେ ଫେରି ଚାମ୍ପିଅନ୍ସ ଟ୍ରଫିରେ ମାଚ୍ ବିଜୟୀ ପ୍ରଦର୍ଶନ କରିଥିଲେ। ଆଜି ସେ କେବଳ ଟିମ୍ ଇଣ୍ଡିଆର ନୁହେଁ, ସମଗ୍ର ଏସିଆର ସ୍ପିନ୍ ବୋଲିଂର ନମ୍ବର-୧ ନାମ।