ରାଞ୍ଚି, ୭ ଜୁଲାଇ: ଭାରତୀୟ କ୍ରିକେଟର ଏବଂ ବିଶ୍ୱର ସବୁଠୁ ସଫଳ କପ୍ତାନମାନଙ୍କ ମଧ୍ୟରୁ ଗଣ୍ୟ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କ ୪୪ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନର ଅବସରରେ ସକାଳେ ଧୋନୀ ନିଜ ବାସଭବନରେ କେକ୍ କାଟି ସାଧାରଣ ଭାବରେ ଉତ୍ସବ ପାଳିଥିଲେ, କିନ୍ତୁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏହା ଏକ ବଡ଼ ଅବସର ଥିଲା।
ଧୋନୀଙ୍କ ରାଞ୍ଚି ସ୍ଥିତ ବାସଭବନ ସାମ୍ନାରେ ଫ୍ୟାନ୍ମାନେ ଭିଡ଼ ଜମାଇ ତାଙ୍କ ପ୍ରତି ସ୍ନେହ ପ୍ରକାଶ କରିଥିଲେ। ଏମଏସ ଧୋନୀ ଫ୍ୟାନ୍ କ୍ଲବ ସଦସ୍ୟମାନେ ମଧ୍ୟ ଅନ୍ୟ ଏକ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଥିବା ଦେଖିବାକୁ ମିଳିଛି।
୧୯୮୧ ମସିହାରେ ରାଞ୍ଚିରେ ଜନ୍ମ ନେଇଥିବା ଧୋନୀ ତାଙ୍କ ବ୍ୟାଟିଂ ଓ ଓ୍ଵିକେଟ୍ କିପିଂ ଦକ୍ଷତା ଦ୍ୱାରା ବିଶ୍ୱକୁ ମନ୍ତ୍ରମୁଗ୍ଧ କରିଛନ୍ତି। ଟିମ୍ ଇଣ୍ଡିଆକୁ 2007 ର T20 ବିଶ୍ୱକପ୍, 2011 ର 50 ଓଭର ବିଶ୍ୱକପ୍, ଓ 2013 ର ଚାମ୍ପିଅନ୍ସ ଟ୍ରଫି ଜିତି ଦେଇ ଏକ ସଫଳ କପ୍ତାନ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶେଷ ମୁହୂର୍ତ୍ତରେ ମ୍ୟାଚ୍ ଫିନିସ୍ କରିବାରେ ତାଙ୍କ ନାମ ଏବେ ମିଥ ହୋଇପଡ଼ିଛି।
ଝିଅ ଜିବନରେ ଅପାର ସଫଳତା ଆଣିଥିବା ଧୋନୀ ଏବେ ମଧ୍ୟ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସ୍ ର ଅଭିନ୍ନ ଅଂଶ ରହିଛନ୍ତି। ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଫ୍ୟାନ୍ ଓ ଖେଳାଳିମାନେ ଶୁଭେଚ୍ଛା ବର୍ଷା କରୁଛନ୍ତି।