ଦୁବାଇ: ଏସିଆ କପ୍ ୨୦୨୫ର ସୁପର ଫୋର୍ ମ୍ୟାଚରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାଜିତ କରିଛି। ଏହି ମ୍ୟାଚ ପାଇଁ ପାକିସ୍ତାନ ଦଳରେ କିଛି ପରିବର୍ତ୍ତନ କରାଗଲା, ଯେଉଁଥିରେ ସାହିବଜାଦା ଫରହାନ ଓ ଫଖର ଜମାନ ଓପନିଂ କରିଥିଲେ।
ତୃତୀୟ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଫଖର ଜମାନ ସଂଜୁ ସାମସନଙ୍କ ହାତରେ କ୍ୟାଚ ହୋଇ ଆଉଟ୍ ଘୋଷିତ ହେଲେ। କିନ୍ତୁ, ପାକିସ୍ତାନୀ ଖେଳାଳିମାନେ ଦାବି କରିଥିଲେ ଯେ ବଲଟି ପ୍ରଥମେ ଭୂମିକୁ ସ୍ପର୍ଶ କରିଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ, ଥାର୍ଡ ଅମ୍ପାୟାର ଫଖରଙ୍କୁ ଆଉଟ୍ ଦେଇଥିଲେ।
ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ଅଧିନାୟକ ସଲମାନ ଆଗା ସ୍ପଷ୍ଟଭାବେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଦୋଷ ଦେଇଥିଲେ। ସେ କହିଲେ, “ବଲଟି ଭୂମିକୁ ପଡ଼ିବା ପରେ କିପରଙ୍କ ହାତକୁ ଗଲା, ତଥାପି ତାହାକୁ ଆଉଟ୍ ଘୋଷଣା କରାଗଲା।”