ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟସ୍ମାନ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲଙ୍କ ବିବାହ ୨୩ ନଭେମ୍ବରରେ ହେବାକୁ ଥିଲା। ମେହେନ୍ଦୀ ଏବଂ ହଳଦୀ ଆଦି ରୀତିନୀତି ଉତ୍ସାହର ସହ ଚାଲୁଥିଲା, ଯାହାର ଅନେକ ଛବି ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।
ଏହି ଆନନ୍ଦମୟ ପରିସ୍ଥିତି ମଧ୍ୟରେ ସ୍ମୃତିଙ୍କ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଅବନତି ହେବାରୁ ବିବାହକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରାଯାଇଥିଲା। ଏହି ସୂଚନା ବାହାରିବା ସହିତ ଦୁହେଁଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଗୁଜବ ସୃଷ୍ଟି ହୋଇଥିଲା—ଭାଙ୍ଗଣ ପଡ଼ିଛି କି? ବିବାହ ହେବ କି ନାହିଁ? ନା କିଛି ଅନ୍ୟ କାରଣ ରହିଛି?
ପଲାଶଙ୍କ ମାତୃଶ୍ରୀ ଅମିତା ମୁଚ୍ଛଲ ଦେଲେ ସ୍ପଷ୍ଟୀକରଣ
ଏହି ଗୁଜବକୁ ଅବସାନ ଦେଇ ପଲାଶଙ୍କ ମାଆ ଅମିତା ମୁଚ୍ଛଲ କହିଛନ୍ତି,
“ବିବାହ ସ୍ଥଗିତ କରିବାର ନିଷ୍ପତ୍ତି ପଲାଶ ନିଖୁଦ୍ଧ ନେଇଥିଲା। ସ୍ମୃତି ମଧ୍ୟ ଏଥିରେ ସହମତି ଦେଇଥିଲେ। ପଲାଶ ସ୍ମୃତିଙ୍କ ପିତା ଶ୍ରୀନିବାସଙ୍କ ସହ ବହୁତ ନିକଟ ଥିବାରୁ ତାଙ୍କ ଅସୁସ୍ଥତା ଶୁଣିଥିବା ପରେ ସେ ସମସ୍ତ ପ୍ରସ୍ତୁତିକୁ ଅଟକାଇବାକୁ କହିଥିଲା। ସେ କହିଥିଲା—‘ଶ୍ବଶୁର ସୁସ୍ଥ ହେଉନ୍ତୁ, ତାହା ପରେ ହେବ ବିବାହ।’”
ପଲାଶ ମଧ୍ୟ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ
ଅଧିକ କାମଚାପ ହେତୁ ପଲାଶଙ୍କ ସ୍ବାସ୍ଥ୍ୟ ମଧ୍ୟ ବିଗଡ଼ିଯାଇଥିବା କହିଛନ୍ତି ତାଙ୍କ ମାତୃଶ୍ରୀ। ଭାଇରାଲ୍ ସଂକ୍ରମଣ ଏବଂ ଏସିଡିଟି ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା।
ଅମିତା ମୁଚ୍ଛଲ ଅନୁରୋଧ କରିଛନ୍ତି—
“କୌଣସି ଭ୍ରାନ୍ତ ଗୁଜବ ପ୍ରଚାର କରନ୍ତୁ ନାହିଁ। ଶ୍ରୀନିବାସ ଓ ପଲାଶ ସୁସ୍ଥ ହେଲେ ବିବାହ ଶୀଘ୍ର ହେବ।”





