ପାଟନା: ଦୁଇ ଦିନିଆ ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାଟଣା ବିମାନବନ୍ଦରରେ ଉଦୟମାନ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାର ସହ ସାକ୍ଷାତ କରିଥିଲେ। ଏହି ମିଳନ ଦୃଶ୍ୟ ମୋଦୀଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଅପଲୋଡ କରାଯାଇଛି।
ମୋଦୀ ଲେଖିଛନ୍ତି: “ପାଟଣା ବିମାନବନ୍ଦରରେ କ୍ରିକେଟ ତାରା ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାର ସହ ଭେଟିଲି। ବୈଭବଙ୍କ ଦକ୍ଷତା ସାରା ଦେଶରେ ପ୍ରଶଂସା କୁ ଆକର୍ଷିତ କରୁଛି। ତାଙ୍କ ଭବିଷ୍ୟତ ପାଇଁ ମୋର ହୃଦୟରୁ ଶୁଭକାମନା।”
ମିଳନ ସମୟରେ ବୈଭବ ମୋଦୀଙ୍କୁ ସମ୍ମାନ ସୂଚକ ମୁଣ୍ଡିଆ ମାରିଥିଲେ, ଯାହା ପ୍ରତି ମୋଦୀ ପିଠି ଥାପୁଡ଼ି ଦେଇ ସାବାସୀ ଜଣାଇଥିଲେ। ଏହି ଦୃଶ୍ୟ ଏବେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।
୧୪ ବର୍ଷରେ ଆଇପିଏଲ ରେକର୍ଡ:
ଚଳିତ ଆଇପିଏଲ ସିଜନରେ ବୈଭବ ସୂର୍ଯ୍ୟବଂଶୀ ନାମଟି ସବୁଠୁ ଅଧିକ ଆକର୍ଷଣ କେନ୍ଦ୍ର ବନିଛି। ତାଙ୍କର ବିସ୍ଫୋରକ ପ୍ରଦର୍ଶନ ଦ୍ୱାରା ସେ କେବଳ ୩୫ ବଲରେ ଶତକ କରି ୟୁସୁଫ୍ ପଠାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହି ଶତକ ସହ ସେ ଆଇପିଏଲ ଇତିହାସରେ ସବୁଠାରୁ କମ ବୟସର ଶତକ ବ୍ୟାଟସ୍ମାନ ହୋଇଛନ୍ତି।
କୋଟିପତି ମଧ୍ୟ ହେଲେ ବୈଭବ:
ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧ କୋଟି ଟଙ୍କାରେ କିଣିଥିବା ବେଳେ ବୈଭବ ବର୍ତ୍ତମାନ ଆର୍ଥିକ ଭାବରେ ମଧ୍ୟ ଅପାର ସଫଳତା ହାସଲ କରିଛନ୍ତି। ସେ ତାଙ୍କର ଦମଦାର ପ୍ରଦର୍ଶନ ଦ୍ୱାରା ନ କେବଳ ତାଙ୍କ ପରିବାରକୁ ବରଂ ସାରା ଦେଶକୁ ଗର୍ବିତ କରାଇଛନ୍ତି।