ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ଏକ ଅତ୍ୟନ୍ତ ଚିନ୍ତାଜନକ ଖବର—ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଗତ ବର୍ଷ ସେ ଟି୨୦ ଅନ୍ତର୍ଜାତୀୟ ଫର୍ମାଟରୁ ବିଦାୟ ନେଇଥିଲେ, ଏବେ ସେ ମାତ୍ର ଦିନିକିଆ ମ୍ୟାଚ୍‌ ଖେଳିବେ।

ଟେଷ୍ଟ କ୍ରିକେଟରୁ ତାଙ୍କ ଅପ୍ରତ୍ୟାଶିତ ବିଦାୟ ଉପରେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “କୋହଲି ଯଦି ଖେଳୁ ନାହାନ୍ତି, ସେ ସମ୍ପୂର୍ଣ୍ଣ ଭାବେ କ୍ରିକେଟଠାରୁ ଦୂରେଇଯିବେ। ତାଙ୍କ ନିକଟରେ ଅଧିକମେ ଅଧିକାଂଶ ୨-୩ ବର୍ଷ କ୍ରିକେଟ ବାକି ଥିଲା। ସେ ଟେଷ୍ଟ ଖେଳିବାକୁ ଚାହୁଁଥିଲେ, କିନ୍ତୁ ଅବସର ନେଲେ—ତାହାର କାରଣ କେବଳ ତାଙ୍କୁ ଜଣା।”

ବିରାଟ କୋହଲି ତାଙ୍କ ୧୨୩ ଟେଷ୍ଟ ମ୍ୟାଚରେ ୪୬.୮୫ ଆଭେରେଜ୍‌ ରେ ୩୦ଟି ଶତକ ସହିତ ୯୨୩୦ ରନ କରିଛନ୍ତି, ଯାହା ତାଙ୍କୁ ଟେଷ୍ଟ ଇତିହାସର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଇଥାଏ।

ଏହି ବିଦାୟ ପଛରେ ବ୍ୟକ୍ତିଗତ କାରଣ ଥିବା ସମ୍ଭାବନା ଅଛି। ସମ୍ପ୍ରତି ଖବର ଅନୁଯାୟୀ, କୋହଲି ତାଙ୍କ ପରିବାର ସହ ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି, କାରଣ ସେ ତାଙ୍କ ପିଲାମାନଙ୍କୁ ଏକ ସ୍ୱତନ୍ତ୍ର ଓ ମଧୁର ଜୀବନ ଦେବାକୁ ଚାହାଁନ୍ତି, ଯାହାକି ସେ ଭାବୁଛନ୍ତି ଭାରତରେ ସମ୍ଭବ ନୁହେଁ।

ସାମ୍ପ୍ରତିକ ରାଜନୈତିକ ପରିବେଶ ଓ ମିଡିଆ ଚାପ କୋହଲିଙ୍କ ନିଷ୍ପତିକୁ ପ୍ରଭାବିତ କରିଥିବା ଅନୁମାନ ଲାଗିଛି। ଶାସ୍ତ୍ରୀ କହିଛନ୍ତି, “କୋହଲି ଜଣେ ଚାମ୍ପିୟନ। ସେ କେବେ ବି ହାର ମାନୁନାହାନ୍ତି।”