ଲଣ୍ଡନ, ୩୧ ଜୁଲାଇ: ଭାରତୀୟ ଟେଷ୍ଟ ଅଧିନାୟକ ଶୁଭମନ୍ ଗିଲ୍ ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିବା ଭାରତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଓଭାଲରେ ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟର ପ୍ରଥମ ଇନିଂସରେ ୨୧ ରନ କରି ଗିଲ୍ ଏହି ସିରିଜ୍ର ୯ଟି ଇନିଂସରେ ମୋଟ ୭୪୩ ରନ୍ କରିବାକୁ ସଫଳ ହୋଇଛନ୍ତି।
ଏହି ସଫଳତା ସହିତ ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ୪୬ ବର୍ଷ ପୁରୁଣା ରେକର୍ଡ ଭଙ୍ଗିଛନ୍ତି, ଯେଉଁଥିରେ ଗାଭାସ୍କର ୧୯୭୮-୭୯ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୩୨ ରନ୍ କରିଥିଲେ।
ଏହି ତାଲିକାର ଶୀର୍ଷସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଡନ ବ୍ରାଡମ୍ୟାନ, ଯିଏ ୧୯୭୬-୭୭ ଟେଷ୍ଟ ସିରିଜରେ ୮୧୦ ରନ୍ କରିଥିଲେ। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଗ୍ରାହାମ ଗୁଚ, ଯିଏ ୧୯୯୦ରେ ୭୫୨ ରନ୍ କରିଥିଲେ।
ଏପର୍ଯ୍ୟନ୍ତ ଗିଲ୍ ୭୪୩ ରନ୍ ସହ ଗୁଚ୍ଙ୍କ ରେକର୍ଡ୍କୁ ପଛରେ ଛାଡ଼ିବାରେ ଅତ୍ୟନ୍ତ ନିକଟରେ ଅଛନ୍ତି। ଏହି ସିରିଜରେ ଏଉଁଝିଅଛି ଏକ ଇନିଂସ ଅବଶିଷ୍ଟ ଥିବାରୁ ଗିଲ୍ଙ୍କ ପାଖରେ ବ୍ରାଡମ୍ୟାନଙ୍କ ରେକର୍ଡ ଭଙ୍ଗିବାର ସୁଯୋଗ ମଧ୍ୟ ଅଛି।





