ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ପଳାଶ ମୁଛଲଙ୍କ ବିବାହ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବିବାହ ପୂର୍ବରୁ କେବଳ କିଛି ଘଣ୍ଟା ଆଗରୁ ସ୍ମୃତିଙ୍କ ବାପାଙ୍କ ସ୍ବାସ୍ଥ୍ୟ ଅଚାନକ ବିଗଡ଼ିଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ବିବାହ ଦିନେ ହଠାତ୍ ବିପର୍ୟୟ

ମହାରାଷ୍ଟ୍ରରେ ପରିବାର ଘରେ ଆଜି ବିବାହ ହେବାକୁ ଥିଲା। ହଳଦୀ ଓ ମେହେନ୍ଦି ଆଡମ୍ବର ପୂର୍ବକ ସମ୍ପନ୍ନ ହୋଇଥିଲା। ଘର ଫୁଲ ଆଲଙ୍କାରରେ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ଥିଲା।

କିନ୍ତୁ ବିବାହ ପୂର୍ବରୁ ସ୍ମୃତିଙ୍କ ବାପାଙ୍କ ଶରୀରରେ ଅସୁସ୍ଥତା ଦେଖାଯିବା ପରେ ତତ୍କ୍ଷଣାତ୍ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଯାଇଥିଲେ। ପରୀକ୍ଷାରେ ହାର୍ଟ ଆଟାକ୍ ହେବା ନିଶ୍ଚିତ ହେବା ପରେ ପରିବାର ବିବାହ ପୋଷ୍ଟପୋନ୍ କରିବା ନିଷ୍ପତ୍ତି ନେଲା।

ସ୍ମୃତିଙ୍କ ମ୍ୟାନେଜର ତୁହିନ୍ ମିଶ୍ରା ସୂଚନା ଦେଇଛନ୍ତି ଯେ, “ବାପାଙ୍କ ସ୍ବାସ୍ଥ୍ୟ ସୁଧାର ନ ଆସୁଅବଧି ବିବାହ ହେବ ନାହିଁ। ସ୍ମୃତି ବାପାଙ୍କ ବିନା ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।”

ସଙ୍ଗୀତ ଭିଡିଓ ଭାଇରାଲ୍

ବିବାହ ପୋଷ୍ଟପୋନ୍ ହୋଇଥିବା ସତ୍ତେ ସ୍ମୃତି ଏବଂ ପଳାଶଙ୍କ ସଙ୍ଗୀତ ଅନୁଷ୍ଠାନର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଭିଡିଓରେ ଦୁହେଁଙ୍କ ନାଚ ଦେଖିବାକୁ ମିଳିଛି। ସ୍ମୃତିଙ୍କ ବାପା ଓ ମା’ ମଧ୍ୟ ମଞ୍ଚରେ ନାଚୁଥିବା ଦୃଶ୍ୟ ମଧ୍ୟ ସମାଜିକ ମାଧ୍ୟମରେ ଚର୍ଚ୍ଚାରେ ଅଛି।

ଟିମ୍ ଇଣ୍ଡିଆର ଅନ୍ୟ ମହିଳା କ୍ରିକେଟରମାନେ ମଧ୍ୟ ଏହି ସମାରୋହରେ ବିଶେଷ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ।

ଦୀର୍ଘ ସମ୍ପର୍କ ପରେ ବିବାହ ପ୍ରସ୍ତାବ

ସ୍ମୃତି ଏବଂ ପଳାଶ ୨୦୧୯ ମସିହାରୁ ସମ୍ପର୍କରେ ଅଛନ୍ତି। ୨୦୨୪ରେ ସେମାନେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।

କିଛି ଦିନ ପୂର୍ବରୁ ପଳାଶ ଷ୍ଟାଡିୟମ୍‌ରେ ସ୍ମୃତିଙ୍କୁ ପ୍ରପୋଜ୍ କରିଥିଲେ, ଯାହାର ଭିଡିଓ ଏବଂ ଫଟୋ ଭାଇରାଲ୍ ହୋଇଥିଲା।

ଦୁହେଁ ବିବାହକୁ ନେଇ ମଜାଳିଆ ରିଲ୍ ମଧ୍ୟ କରିଥିଲେ, ଯାହା ନେଟିଜେନ୍ମାନଙ୍କ ମନକୁ ଜିତିଥିଲା।