ପାଲେକେଲ୍‌: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦୁଇ ପୂର୍ବ ବିଜେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ Sri Lanka national cricket team ୮ ୱିକେଟ୍‌ରେ Australia national cricket teamକୁ ପରାସ୍ତ କରି ହ୍ୟାଟ୍ରିକ୍‌ ବିଜୟ ସହ ସୁପର୍‌-୮ ଯୋଗ୍ୟତା ଅର୍ଜନ କରିନେଇଛି। ୧୮୨ ରନ୍‌ର ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୨ ଓଭର ପୂର୍ବରୁ ୨ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା।

ନିଶଙ୍କଙ୍କ ଧମାକେଦାର ଶତକ

ଓପେନର୍‌ Pathum Nissanka (୫୨ ବଲ୍‌ରୁ ୧୦୦*, ୧୦ ଚୋୗକା, ୫ ଛକା) ପ୍ରଥମ ବିଶ୍ବକପ୍‌ ଶତକ ହାସଲ କରି ଘରୋଇ ଦଳକୁ ସହଜ ବିଜୟ ଉପହାର ଦେଇଥିଲେ। Kusal Mendis (୩୮ ବଲ୍‌ରୁ ୫୧) ଓ ପବନ ରତ୍ନାୟକେ (୧୫ ବଲ୍‌ରୁ ୨୮*) ମଧ୍ୟ ଦଳର ଜୟରେ ମୁଖ୍ୟ ଭୂମିକା ନେଇଥିଲେ।

ଜିମ୍ବାୱେଠାରୁ ପରାଜିତ ହୋଇଥିବା ଅଷ୍ଟ୍ରେଲିଆ ଏବେ ଓମାନ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିବ। କିନ୍ତୁ ତା’ପୂର୍ବରୁ ମଙ୍ଗଳବାରର ଜିମ୍ବାୱେ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ର ଫଳାଫଳ ଉପରେ କଙ୍ଗାରୁ ଦଳର ଭାଗ୍ୟ ନିର୍ଭର କରିବ।

ଅଷ୍ଟ୍ରେଲିଆର ମଧ୍ୟକ୍ରମ ଭାଙ୍ଗିଲା

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପାଇଁ Mitchell Marsh (୨୭ ବଲ୍‌ରୁ ୫୪) ଓ Travis Head (୨୯ ବଲ୍‌ରୁ ୫୬) ୮.୩ ଓଭରରେ ୧୦୪ ରନ୍‌ର ଦୃଢ଼ ଆରମ୍ଭ ଦେଇଥିଲେ। ପରେ Josh Inglis (୨୨ ବଲ୍‌ରୁ ୨୭) ଓ Glenn Maxwell (୧୫ ବଲ୍‌ରୁ ୨୨) କିଛି ପ୍ରତିରୋଧ କରିଥିଲେ।

କିନ୍ତୁ ଶେଷ ୪ ଓଭରରେ ଶ୍ରୀଲଙ୍କା ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନରେ କଙ୍ଗାରୁ ଦଳ ୨୧ ରନ୍‌ ଯୋଡ଼ି ୬ ୱିକେଟ୍‌ ହରାଇ ୧୮୧ ରନ୍‌ରେ ଅଟକିଯାଇଥିଲା। ଶେଷ ୨ ଓଭରରେ ମାତ୍ର ୬ ରନ୍‌ ସଂଗ୍ରହ କରି ୪ ୱିକେଟ୍‌ ହରାଇବାରୁ ୨୦୦ ରୁ ଅଧିକ ରନ୍‌ର ସମ୍ଭାବନା ହାରାଇଥିଲେ।

ବୋଲିଂରେ ଦୁଶନ ହେମନ୍ତ (୩/୩୭) ଓ ଦୁଷ୍ମନ୍ତ ଚାମିରା (୨/୩୬) ସଫଳ ଥିଲେ। ମହେଶ ତୀକ୍ଷଶା, କାମିନ୍ଦୁ ମେଣ୍ଡିସ୍‌ ଓ ଦୁନିଥ୍‌ ୱାଲାଲଗେ ଗୋଟିଏ କରି ୱିକେଟ୍‌ ନେଇଥିଲେ।