ବେଙ୍ଗାଲୁରୁ, ୬ ମଇ – ବରିଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅଧିନାୟକତ୍ୱ ଛାଡ଼ିବା ପଛର ସତ୍ୟ ଉନ୍ମୋଚନ କରିଛନ୍ତି। ଆର୍ସିବି ପଡକାଷ୍ଟରେ ଭାଗ ନେଇ ମଙ୍ଗଳବାର ସେ କହିଛନ୍ତି, “ଏକ ସମୟ ଏମିତି ଆସିଥିଲା, ଯେଉଁଠି ସମର୍ଥକଙ୍କ ଆଶା ମୋତେ ମୋଟିଭେଟ୍ କରିବା ପାଇଁ ନୁହେଁ, ବରଂ ବୋଝ ଲାଗୁଥିଲା।”
ଭାରତୀୟ ଦଳ ଓ ଆର୍ସିବି ପାଇଁ ଏକ ଦଶକ ଧରି ଅଧିନାୟକତ୍ୱ ଦେଇଥିବା କୋହଲି କହିଛନ୍ତି, “୮-୯ ବର୍ଷ ହେଲା ମୁଁ ନିରନ୍ତର ନେତୃତ୍ୱ ଦେଉଥିଲି। ତାହା ସହିତ ମୋର ବ୍ୟାଟିଂ ପ୍ରଦର୍ଶନ ଉପରେ ଅପେକ୍ଷା ବଢ଼ୁଥିଲା। ଏହା ଏତେ ଅଧିକ ହୋଇଯାଇଥିଲା ଯେ ମୋତେ ନିଜ ପାଇଁ ନିଶ୍ଵାସ ନେବାକୁ ସମୟ ମିଳୁନଥିଲା।”
କୋହଲି ଏହି ସ୍ୱୀକାରୋକ୍ତିରେ କହିଛନ୍ତି ଯେ ସେ ଅନେକ ଚିନ୍ତାରେ ଥିଲେ: “ମୁଁ ଏହି ଅବସ୍ଥାରେ ଖୁସି ଅଛି କି? ମୁଁ ଏହି ଦାୟିତ୍ୱ ଆଉ ଜାରି ରଖିବାକୁ ଚାହୁଁଛି କି?”
୨୦୨୧ ଆଇପିଏଲ ଶେଷରେ ସେ ଆର୍ସିବିର ଅଧିନାୟକତ୍ୱ ଛାଡ଼ିଥିଲେ। ଏହି ପରେ ଟି-୨୦ ଦଳରୁ ନେତୃତ୍ୱ ଛାଡ଼ିଲେ, ଯାହା ପରେ ବିସିସିଆଇ ସେଉଁଠୁ ଦିନିକିଆ ଦଳର ଅଧିନାୟକ ଭୂମିକା ରୁ ହଟାଇଦେଲା। ୨୦୨୨ ଆରମ୍ଭରେ ସେ ଟେଷ୍ଟ ଦଳର ନେତୃତ୍ୱ ମଧ୍ୟ ଛାଡ଼ିଥିଲେ।