କଲମ୍ବୋ: ଆଇସିସି ମହିଳା ବିଶ୍ବକପ୍-୨୦୨୫ରେ ଭାରତ ଓ ପାକିସ୍ତାନ ମହିଳା ଟିମ୍ମାନଙ୍କ ମଧ୍ୟରେ ହୋଇଥିବା ରୋମାଞ୍ଚକ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୭ ରନ୍ ସଂଗ୍ରହ କରିଛି ଏବଂ ପାକିସ୍ତାନଙ୍କୁ ୨୪୮ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଏହି ଖେଳ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଚାଲିଛି।
ଟସ୍ ସମୟରେ ପାକିସ୍ତାନୀ ଅଧିନାୟକ ଫାତିମା ସନା ବୋଲିଂ ଚୟନ କରିଥିଲେ। ତେଣୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା।
ଭାରତ ପକ୍ଷରୁ ହର୍ଲିନ ଦେଓଲ ସର୍ବାଧିକ ୪୬ ରନ୍ (୬୫ ବଲରେ ୪ ଚୌକା ଓ ୧ ଛକା) କରିଥିଲେ। ଜେମିମା ରୋଡ୍ରିଗ୍ସ ୩୨, ହରମନପ୍ରୀତ କୌର ୧୯, ଦୀପ୍ତି ଶର୍ମା ୨୫, ସ୍ନେହ ରାଣା ୨୦ ଓ ରିଚା ଘୋଷ ଅପରାଜିତ ୩୫ ରନ୍ ସଂଗ୍ରହ କରିଥିଲେ।
ପ୍ରତୀକା ରାୱଲ ଓ ସ୍ମୃତି ମନ୍ଧାନା ଭାରତର ପାଇଁ ଇନିଂସ୍ ଆରମ୍ଭ କରି ୪୮ ରନ୍ର ଭଲ ଭିତି ରଚିଥିଲେ। ମନ୍ଧାନା ୩୨ ବଲରେ ୨୩ ରନ୍ କରିଥିଲେ ଓ ପ୍ରତୀକା ୩୭ ବଲରେ ୩୧ ରନ୍ ସଂଗ୍ରହ କରିଥିଲେ।
ଟସ୍ ସମୟରେ ଏକ ଚର୍ଚ୍ଚିତ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଓ ପାକିସ୍ତାନୀ ଅଧିନାୟକ ଫାତିମା ସନା ମଧ୍ୟରେ ହାତ ମିଳାପ ହୋଇନଥିଲା। ଏହି ଘଟଣା ଏସିଆ କପ୍-୨୦୨୫ରେ ମଧ୍ୟ ଦେଖାଯାଇଥିଲା, ଯାହାକୁ ନେଇ ଆବାରେ ବିଶ୍ବସ୍ତରରେ ଚର୍ଚ୍ଚା ହେଉଛି।
ବିସିସିଆଇ ସଚିବ ଦେବଜୀତ ସୌକିଆ ଏହା ସପ୍ଷଟ କରିଛନ୍ତି ଯେ, ପାକିସ୍ତାନ ଟିମ୍ ସହ ହାତ ମିଳାଇବା ନେଇ କୌଣସି ନିଷେଧ ନାହିଁ ଏବଂ ବୋର୍ଡ ପକ୍ଷରୁ ଏନେଇ କୌଣସି ନୂତନ ନୀତି ଜାରି କରାଯାଇନି।