ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ୍ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ରାଜନୈତିକ ତାପ ବଢିଛି। ଏହି ଘଟଣା ପରେ ପ୍ରଥମ ଥର ପାଇଁ ଜନସଭାରେ ଅଭିଭାଷଣ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ କଥାରେ ଆତଙ୍କବାଦ ବିରୋଧରେ କଡ଼ା ମନୋଭାବ ପ୍ରକାଶ ପାଇଛି।

ଶାହ କହିଛନ୍ତି, “ପହଲଗାମର ଆକ୍ରମଣର ପ୍ରତିଶୋଧ ନିଶ୍ଚିତ ଭାବରେ ନିଆଯିବ। ଆତଙ୍କବାଦୀମାନେ ଯେଉଁ ଭାବରେ ଭୟ ଦେବା ପାଇଁ ଚେଷ୍ଟା କରୁଛନ୍ତି, ତାହାକୁ ଭାରତ ସହଜରେ ଛାଡି ଦେବ ନାହିଁ। ଗୋଟିଏ ଗୋଟିଏ ଆତଙ୍କୀଙ୍କୁ ଖୋଜି ଖୋଜି ଦଣ୍ଡିତ କରାଯିବ।”

ଗୃହମନ୍ତ୍ରୀ ଅନୁସାରେ, ଆତଙ୍କବାଦ ପାଇଁ ଦେଶରେ ସ୍ଥାନ ନାହିଁ। “ଆମ ଲକ୍ଷ୍ୟ ହେଉଛି ଆତଙ୍କବାଦର ମୂଳପୋଛ କରିଦେବା। ଯେଉଁମାନେ ଭାବୁଛନ୍ତି ଯେ ଏଭଳି ଆକ୍ରମଣ ଦ୍ୱାରା ଆମକୁ ମାନସିକ ଭାବେ ଦୂର୍ବଳ କରିପାରିବେ, ସେମାନେ ଭୁଲ ଭାବୁଛନ୍ତି,” ବୋଲି ଶାହ ଚେତାବନୀ ଦେଇଛନ୍ତି।

ଆତଙ୍କବାଦର ମୂଳପୋଛ  କରିବାକୁ ଖୋଲା ଚାଲେଞ୍ଜ ଦେଲେ ଶାହ । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଆମ ସହ ପୂରା ବିଶ୍ବ ଅଛି । ଯେଉଁମାନେ ଭାବୁଛନ୍ତି ପହଲଗାମରେ ଭୀରୁ ଭଳି ଆକ୍ରମଣ କରିଛନ୍ତି । ସେମାନେ ଏବେଠାରୁ ଚେତିଯିବା ଦରକାର । କାରଣ ମୋଦୀ ସରକାରରେ କାହାକୁ ତ୍ରାହି ନାହିଁ କି କାହାକୁ ବି ଛଡାଯିବନି ।