କୋଲକାତା, ୪ ଅକ୍ଟୋବର: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ନିର୍ମମ ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼। ପୀଡିତାଙ୍କ ପୁରୁଷ ବନ୍ଧୁ ୱାସିଫ୍ ଅଲିଙ୍କୁ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ପୂର୍ବରୁ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲେ, କିନ୍ତୁ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛି।
ପୀଡିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଗତକାଲି ୱାସିଫ୍ଙ୍କୁ ଗିରଫ କରିଥିଲା। ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରାଯାଉଛି।
ଦୁର୍ଗାପୁର ପୋଲିସ ଏପର୍ଯ୍ୟନ୍ତ ପୁରୁଷ ବନ୍ଧୁ ସହିତ ମୋଟ ୬ ଜଣଙ୍କୁ ରିମାଣ୍ଡରେ ନେଇଛି। ପୋଲିସ ଆସନ୍ତା ଦିନଗୁଡିକରେ ସେମାନଙ୍କୁ ନେଇ ମିଛ ଧରା ପରୀକ୍ଷା (Lie Detection Test) କରିବାକୁ ଯୋଜନା କରିଛି, ଯାହା ମାଧ୍ୟମରେ ଶୁକ୍ରବାର ରାତିରେ କଣ ଘଟିଥିଲା ତାହା ସଫା ହେବ ବୋଲି ଆଶା କରାଯାଉଛି।
ଘଟଣାକୁ ନେଇ ଦିନକୁ ଦିନ ନୂଆ ରହସ୍ୟ ସାମନାକୁ ଆସୁଛି। ଯଦିଓ ପୋଲିସ ଅଭିଯୁକ୍ତମାନଙ୍କୁ ବାନ୍ଧି ନେଇଛି, ତଥାପି ଛାତ୍ରୀଙ୍କ ସହ ସେଇ ରାତିରେ କଣ ଘଟିଥିଲା, ତାହା ଏପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇନାହିଁ।
ପୀଡିତା ଏବେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବାପା କହିଛନ୍ତି ଯେ, “ଯେତେବେଳେ ଡାକ୍ତର ଡିସଚାର୍ଜ କରିଦେବେ, ଆମେ ତାଙ୍କୁ ଘରକୁ ନେଇଯିବୁ।”