ଭୁବନେଶ୍ବର:
ଗତ କିଛିଦିନ ଧରି ଲଗାତାର ବଢ଼ୁଥିବା ସୁନା ଓ ରୁପା ଦରରେ ଗୁରୁବାର ବ୍ରେକ୍ ଲାଗିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୨,୧୦୦ ଟଙ୍କା କମି ୧,୪୧,୪୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ୨,୨୯୦ ଟଙ୍କା ହ୍ରାସ ପାଇ ୧,୫୪,୩୧୦ ଟଙ୍କା (୧୦ ଗ୍ରାମ ପିଛା) ହୋଇଛି।
ରୁପା ଦରରେ ମଧ୍ୟ ଲକ୍ଷଣୀୟ ହ୍ରାସ ଦେଖାଦେଇଛି। କେଜି ପିଛା ରୁପା ଦର ୫,୦୦୦ ଟଙ୍କା କମି ୩,୪୦,୦୦୦ ଟଙ୍କାରେ ରହିଛି। ଗତ ସପ୍ତାହ ସାରା ଦ୍ରୁତ ଗତିରେ ବଢ଼ିଥିବା ଉଭୟ ଧାତୁର ଦର ଏବେ କିଛିଟା ଶାନ୍ତ ହୋଇଛି, ଯଦିଓ ଏହା ଏଯାବତ୍ ଉଚ୍ଚ ସ୍ତରରେ ରହିଛି।
ବଜାର ବିଶେଷଜ୍ଞମାନଙ୍କ ମତାନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡାଭୋସ୍ରେ ଗ୍ରିନଲ୍ୟାଣ୍ଡ ସମ୍ପର୍କିତ ବିବାଦକୁ ନେଇ ନରମ ଆଭିମୁଖ୍ୟ ପୋଷଣ କରିବା ପରେ ଆନ୍ତର୍ଜାତୀୟ ବଜାରରେ ଉତ୍ତେଜନା କମିଛି। ଏହାର ପ୍ରଭାବରେ ନିବେଶକମାନେ ସୁନା ଭଳି ସୁରକ୍ଷିତ ନିବେଶ ଠାରୁ କିଛିଟା ଦୂରେଇ ଇକ୍ବିଟି ବଜାର ଦିଗକୁ ମୁହାଁଇଥିବାରୁ ସୁନା ଓ ରୁପା ଦର ହ୍ରାସ ପାଇଛି।





