ଭୁବନେଶ୍ୱର: ଭାରତ-ପାକିସ୍ତାନ ସୀମା ଉପରେ ବୃଦ୍ଧି ପାଉଥିବା ତନାଵ ଓ ଯୁଦ୍ଧ ଆଶଙ୍କା ମଧ୍ୟରେ ଓଡ଼ିଶାକୁ ହାଇ ଆଲର୍ଟ ଘୋଷଣା କରାଯାଇଛି। ଗୁପ୍ତଚର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୭ଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳ ବୋଲି ଚିହ୍ନଟ କରାଯାଇଛି, ଯାହା ଉପରେ ଶତ୍ରୁ ପକ୍ଷ ନଜର ରଖିଥିବା ସନ୍ଦେହ ରହିଛି।

ଏହି ସ୍ଥାନଗୁଡିକ ହେଲେ — ସୁନାବେଡ଼ା ମିଗ୍ ବିମାନ କାରଖାନା, ବଡ଼ମାଳ ଗୋଳାବାରୁଦ ଗୋଦାମ, ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର, ଧାମରା ଅବଦୁଲ କଲାମ ଦ୍ବୀପ, ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌, ଗୋପାଳପୁର ରେୟାର ଆର୍ଥ ଲିମିଟେଡ୍‌ ଓ ପୁରୀ ଶ୍ରୀମନ୍ଦିର। ଏହା ସହିତ ଚାରବାଟିଆକୁ ମଧ୍ୟ ହାଇ ସିକ୍ୟୁରିଟି ଜୋନ୍‌ ଭାବରେ ଘୋଷଣା କରାଯାଇଛି।

ଗତ କିଛି ଦିନ ଧରି ଏହି ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା ବେଶି ବୃଦ୍ଧି କରାଯାଇଛି। ମେରାଇନ୍ ପୁଲିସ ପକ୍ଷରୁ ସାଗରିକ ତଟରେ ଘନ ଚେକିଂ, ରାତି ରାତି ବ୍ଲକିଂ ଓ ମୁବାଇଲ୍ ପେଟ୍ରୋଲିଂ ବୃଦ୍ଧି କରାଯାଇଛି। ଗୃହ ବିଭାଗ ଅନ୍ତର୍ଗତ ଏକ ଗୁପ୍ତ ନିର୍ଦ୍ଦେଶ ମାଧ୍ୟମରେ ଆବଶ୍ୟକ ପ୍ରସ୍ତୁତି ରଖିବାକୁ ସମସ୍ତ ପ୍ରାମାଣିକ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୪୮୭ କିଲୋମିଟର ଜଳସୀମା ବି ଅତ୍ୟଧିକ ସତର୍କତା ସହିତ ନିରୀକ୍ଷଣ କରାଯାଉଛି। ଏହି ସମସ୍ତ ପ୍ରସ୍ତୁତି ଏହି କଥା ପ୍ରମାଣିତ କରୁଛି ଯେ, ଭାରତୀୟ ସେନା ପାଖରେ ଓଡ଼ିଶାର ଯୋଗଦାନ କେବଳ ଗର୍ବର ବିଷୟ ନୁହେଁ, ବ୍ୟବହାରିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଆବଶ୍ୟକ।