ନୂଆଦିଲ୍ଲୀ: ଭାରତ ସରକାର ଦ୍ୱାରା ୬ ମେ ୨୦୨୫ ରେ ଆରମ୍ଭ ହୋଇଥିବା “ଅପରେସନ୍ ସିନ୍ଦୂର” ଅନ୍ତର୍ଗତରେ, ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ-ଅଧିକୃତ ଜମ୍ମୁ କାଶ୍ମୀରରେ ଥିବା 9 ଟି ସ୍ଥାନରେ ମିସାଇଲ୍ ଆକ୍ରମଣ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପୂର୍ବ ମାସରେ ପାହାଲଗାମ୍, କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଥିଲା, ଯେଉଁଥିରେ ୨୬ ଜଣ ଭାରତୀୟ ନାଗରିକ ନିହତ ଓ ୧୦ ଜଣ ଆହତ ହୋଇଥିଲେ ।

ଭାରତ ସରକାର ଏହି ଆକ୍ରମଣକୁ ଏକ “ନିର୍ଦ୍ଦିଷ୍ଟ, ମପାଚୁପା ଓ ଏକ ଉଚିତ ” କାର୍ଯ୍ୟାନୁଷ୍ଠାନ ବୋଲି ବର୍ଣ୍ଣନା କରିଛି, ଯେଁଉଥିରେ କେବଳ ଆତଙ୍କବାଦୀ ହାଇଡ଼ ଆଉଟ କୁ ଲକ୍ଷ୍ୟ କରି କରାଯାଇଛି ଓ ପାକିସ୍ତାନୀ ସେନା ସଂସ୍ଥାପନାକୁ ସ୍ପର୍ଶ କରାଯାଇ ନାହିଁ ।

ପାକିସ୍ତାନ ସେନା ପ୍ରବକ୍ତା ଲେଫ୍ଟେନାଣ୍ଟ ଜେନେରାଲ୍ ଆହମଦ ଶରୀଫ୍ ଚୌଧୁରୀ ଙ୍କ କହିବା ଅନୁସାରେ, ଭାରତୀୟ ମିସାଇଲ୍ ଆକ୍ରମଣ କୋଟ୍ଲି, ମୁଜଫ୍ଫରାବାଦ୍ ଓ ବାହାୱାଲପୁର୍ ଅଞ୍ଚଳକୁ ଲକ୍ଷ୍ୟ କରିଥିଲା। ପାକିସ୍ତାନ ଏହି ଆକ୍ରମଣକୁ “ନିର୍ମମ ଉତ୍ତେଜନା” ବୋଲି ଅଭିଯୋଗ କରିଛି ଓ ସମୟ ଓ ସ୍ଥାନ ଚୟନ କରି ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି ।

ମୁଜଫ୍ଫରାବାଦ୍ ଅଞ୍ଚଳରେ ଏହି ଆକ୍ରମଣ ପରେ ଜୋରଦାର ବିସ୍ଫୋରଣ ଓ ପାୱାର୍ ବ୍ଲାକ୍ଆଉଟ୍ ଘଟିଥିବା ଖବର ମିଳିଛି ।

ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଚାଲିଥିବା ଉତ୍ତେଜନାକୁ ଅଧିକ ବୃଦ୍ଧି କରିଛି, ଯାହା ଦୁଇ ନ୍ୟୁକ୍ଲିୟର୍ ସଜ୍ଜ ଦେଶ ମଧ୍ୟରେ ଆଗାମୀ ଦିନରେ ଅନ୍ୟ ଦ୍ୱିପକ୍ଷୀୟ ସମ୍ପର୍କରେ ପ୍ରଭାବ ପକାଇପାରେ।

ଅପରେସନ୍ ସିନ୍ଦୂର ଏହି ଅଞ୍ଚଳରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଅବସ୍ଥାନକୁ ପ୍ରତିବିମ୍ବିତ କରିଛି, ଯାହା ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ରଣନୀତିଗତ ଓ ରାଜନୈତିକ ଅନ୍ତର୍ଗତିକୁ ଅନୁପ୍ରଭାବିତ କରିପାରେ।