ନୂଆଦିଲ୍ଲୀ: କୁକୁର ପ୍ରେମୀଙ୍କ ପାଇଁ ଖୁସିର ଖବର। ଶୁକ୍ରବାର ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ଆଶ୍ରୟଗୃହରେ ରଖାଯାଇଥିବା ବୁଲା କୁକୁରମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛି ଯେ କେବଳ ବନ୍ଧ୍ୟାକରଣ ହୋଇଥିବା ବୁଲା କୁକୁରମାନେ ଆଶ୍ରୟଗୃହରୁ ଛାଡ଼ାଯିବେ। ଯେମାନଙ୍କର ବନ୍ଧ୍ୟାକରଣ ହୋଇନାହିଁ, ସେମାନଙ୍କୁ ପ୍ରଥମେ ବନ୍ଧ୍ୟାକରଣ କରି ପରେ ଅଞ୍ଚଳକୁ ଛାଡ଼ାଯିବ।
ତଥାପି, କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦିଆଯିବ ନାହିଁ।
ଉଲ୍ଲେଖନୀୟ, ଅଗଷ୍ଟ ୧୧ରେ ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରର ସମସ୍ତ ବୁଲା କୁକୁରଙ୍କୁ ଧରି ୮ ସପ୍ତାହ ମଧ୍ୟରେ ଆଶ୍ରୟଗୃହରେ ରଖିବାକୁ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଦେଶକୁ ନେଇ ବ୍ୟାପକ ବିରୋଧ ପ୍ରକାଶ ପାଇଥିଲା। ଏହିପରେ ଚ୍ୟାଲେଞ୍ଜ ହୋଇଥିବା ପିଟିସନ୍ ଉପରେ ଆଜିର ଶୁଣାଣିରେ ଅଦାଲତ ଏହି ନୂତନ ନିଷ୍ପତ୍ତି ଦେଇଛନ୍ତି।