ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକର ଖିରିଡା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୀଡ଼ିତା ପୂଜା ସ୍ୱାଇଁଙ୍କ ମାମଲାରେ ତୁରନ୍ତ ନ୍ୟାୟ ପ୍ରଦାନ ଏବଂ ପୀଡ଼ିତାଙ୍କ ଶିଶୁ କନ୍ୟାର ସୁରକ୍ଷା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖିଛନ୍ତି।
ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଜଣେ ଗର୍ଭବତୀ ମହିଳା ନ୍ୟାୟ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାମୀଙ୍କ ଘର ଆଗରେ ବସିଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣା ସାରା ଓଡ଼ିଶାର ବିବେକକୁ ଦୋହଲାଇ ଦେଇଛି।
୩ ବର୍ଷର ନିଷ୍ପାପ ଝିଅ ସାମ୍ନାରେ ତା’ ମା’କୁ ହତ୍ୟା କରାଯିବା ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଶିଶୁଟିର କାନ୍ଦ ସମାଜରେ ଗଭୀର ଆକ୍ରୋଶ ସୃଷ୍ଟି କରିଛି। ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ଯେ, ପୋଲିସକୁ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଉ ଏବଂ ଦ୍ରୁତ ବିଚାର ମାଧ୍ୟମରେ ସେମାନଙ୍କୁ କଠୋର ଦଣ୍ଡ ମିଳୁ।
ଏଠାରେ କହିରଖୁଛୁ ଯେ ସ୍ୱାମୀଙ୍କ ଦ୍ୱାରା ପ୍ରତାରିତ ହୋଇ ପୂଜା ନିଜର ଓ ନିଜ ଝିଅର ଅଧିକାର ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେଉଥିଲେ। ଚିଣ୍ଟୁ ଗଉଡଙ୍କ ସାନ ଭାଇ ଲିଟୁ ଗଉଡ ଉକ୍ତ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଉକ୍ତ ଘ୍




