ଭୁବନେଶ୍ୱର: ଓଡ଼ିଶାରେ ବ୍ୟବସାୟ ଓ ଷ୍ଟାର୍ଟଅପ୍ ଯାତ୍ରାକୁ ଆଉ ସହଜ କରିବା ଲକ୍ଷ୍ୟରେ ଷ୍ଟାର୍ଟଅପ୍ ଓଡ଼ିଶା ଓ ଫୋନ୍ପେ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅନୁବନ୍ଧ ଦ୍ୱାରା ଷ୍ଟାର୍ଟଅପ୍ମାନେ ଡିଜିଟାଲ୍ ଭିତ୍ତିରେ ସଶକ୍ତ ହେବେ, ଓ ଉଦ୍ୟୋଗ ଆରମ୍ଭ କରିବା ମାନ୍ୟେ ଏବେ ଆଉ ଅଧିକ ସହଜ ଓ ଦ୍ରୁତ ହେବ।
ଏହି ବୁଝାମଣାପତ୍ର ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ କମଲଜିତ ଦାସ ଓ ଫୋନ୍ପେ ଲିମିଟେଡ୍ର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଯୁବରାଜ ସିଂହ ଶେଖାୱତଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି।
ଏହା ଅନୁସାରେ, ଫୋନ୍ପେ ତାଙ୍କର ଡିଜିଟାଲ୍ ଇନଫ୍ରାଷ୍ଟ୍ରକ୍ଚର, ଆଧୁନିକ ପେମେଣ୍ଟ ସମାଧାନ, ମାର୍କେଟିଂ ଓ ପ୍ରୋତ୍ସାହନ ସହାୟତା ମାଧ୍ୟମରେ ଷ୍ଟାର୍ଟଅପ୍ମାନେ ସମର୍ଥନ ପାଇବେ।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମାଙ୍କ ମାର୍ଗଦର୍ଶନରେ ଷ୍ଟାର୍ଟଅପ୍ ଓଡ଼ିଶା ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ, ନବସୃଜନ ପ୍ରୋତ୍ସାହନ ଓ ଆନ୍ତଃସଂଯୋଗ ମାଧ୍ୟମରେ ଓଡ଼ିଶାକୁ ଭାରତର ଶ୍ରେଷ୍ଠ ଷ୍ଟାର୍ଟଅପ୍ ହବ୍ ବନେଇବାକୁ ଲକ୍ଷ୍ୟ ରଖିଛି।