ଓ୍ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜ ବିବାଦସ୍ପଦ ମନ୍ତବ୍ୟ ନେଇ ଆଲୋଚନାରେ ଆସିଛନ୍ତି। ସେ କହିଛନ୍ତି ଯେ, ଗତ ୧୧ ମାସ ମଧ୍ୟରେ ସେ ଯେତେ ଯୁଦ୍ଧ ଓ ସଂଘର୍ଷ ବନ୍ଦ କରିଛନ୍ତି, ତାହା ଦେଖିଲେ କୁହାଯାଇପାରିବ ଯେ ସଂଯୁକ୍ତ ରାଜ୍ୟ ଆମେରିକା ହିଁ ପ୍ରକୃତ ଜାତିସଂଘ ଭୂମିକା ନିଭାଉଛି।
ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଟ୍ରମ୍ପ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ଯୁଦ୍ଧକୁ ବର୍ତ୍ତମାନ ପାଇଁ ବନ୍ଦ କରାଯିବ। ତାଙ୍କ କଥା ଅନୁଯାୟୀ, ହୋଇଥିବା ଚୁକ୍ତି ଆଧାରରେ ଦୁଇ ଦେଶ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦିଗରେ ଆଗୁଆଡ଼ିବେ।
ଏହି ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ, ଦ୍ରୁତ ଏବଂ ନିରପେକ୍ଷ ସମାଧାନରେ ପହଞ୍ଚିବା ପାଇଁ ସେ ଥାଇଲ୍ୟାଣ୍ଡ ଓ କାମ୍ବୋଡିଆର ନେତାମାନଙ୍କୁ ସେମାନଙ୍କର ଦୂରଦୃଷ୍ଟି ଓ ବୁଦ୍ଧିମତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏଭଳି ପରିସ୍ଥିତିରେ ନିଷ୍ପତ୍ତି ଦ୍ରୁତ ଓ ନିର୍ଣ୍ଣାୟକ ହେବା ଉଚିତ, ଏବଂ ଆମେରିକା ସର୍ବଦା ପରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଗର୍ବ ବୋଧ କରୁଛି।
ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ, ଗତ ୧୧ ମାସରେ ସେ ଅନେକ ଯୁଦ୍ଧ ଓ ସଂଘର୍ଷକୁ ଶେଷ କରିବାରେ ଭୂମିକା ନେଇଛନ୍ତି, ଯାହା ଆମେରିକାକୁ ବିଶ୍ୱ ଶାନ୍ତିର ଏକ ମୁଖ୍ୟ ମଞ୍ଚରେ ନେଇଆସିଛି। ଏହା ସହିତ ସେ ଜାତିସଂଘକୁ ପରାମର୍ଶ ଦେଇ କହିଛନ୍ତି ଯେ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସଂଗଠନଟି ଆହୁରି ସକ୍ରିୟ ଭାବରେ ଭୂମିକା ନିଭାଉ ଉଚିତ।





