ବେଜିଂ (୮ ଜୁଲାଇ): ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଘଟଣା ‘ଅପରେଶନ ସିନ୍ଦୂର’ ପ୍ରସଙ୍ଗରେ ଏକ ଚମତ୍କାର ଖୁଲାସା ହୋଇଛି। ଚାଇନା ସ୍ୱୟଂ ଖୋଲାଖୋଲି କହିଛି ଯେ ସେମାନେ ପାକିସ୍ତାନକୁ ଏହି ଅପରେଶନ ସମୟରେ ସାହାଯ୍ୟ କରିଥିଲେ। କିନ୍ତୁ ବିରୋଧାଭାସର ବିଷୟ ହେଉଛି, ପାକିସ୍ତାନ ଏହି ସତ୍ୟକୁ ସ୍ପଷ୍ଟ ଭାବରେ ଅସ୍ବୀକାର କରୁଛି।

ବେଜିଂରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି, “ଚାଇନା ଓ ପାକିସ୍ତାନ ଭଲ ବନ୍ଧୁ, ଦୁଇ ଦେଶ ମଧ୍ୟରେ ସୁରକ୍ଷା ଏବଂ ପ୍ରତିରକ୍ଷା ମାମଲାରେ ଦୀର୍ଘକାଳୀନ ସହଯୋଗ ଚାଲିଛି। ଏହା କୌଣସି ତୃତୀୟ ପକ୍ଷ ବିରୁଦ୍ଧରେ ନୁହେଁ।”

ଏହି ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଭାରତୀୟ ସେନା ଅଧିକାରୀଙ୍କ ଦାବିକୁ ଅସ୍ବୀକାର କରି କହିଛନ୍ତି, “ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଅପରେଶନ ବୁନୟାନ-ଉଲ-ମାର୍ସୁସ ପାକିସ୍ତାନର ନିଜସ୍ୱ ଯୋଜନା ଓ ଶକ୍ତି ଉପରେ ଆଧାରିତ।”

ଚାଇନା ଓ ପାକିସ୍ତାନଙ୍କ ଏହି ବିରୋଧାଭାସୀ ଅଭିଗମ ପାକିସ୍ତାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି। ଏକ ପଟେ ଚାଇନା ସାମ୍ରିକ ସହଯୋଗକୁ ନେଇ ଖୋଲା ମନ୍ତବ୍ୟ ଦେଉଛି, ଅନ୍ୟପଟେ ପାକିସ୍ତାନ ତାହାକୁ ସ୍ୱୀକାର କରିବାକୁ ପ୍ରତ୍ୟାଖ୍ୟାନ କରୁଛି। ଏହା ଦୁଇ ଦେଶ ମଧ୍ୟରେ ମିତ୍ରତାର ମୁହାଁପ୍ରେ ଲୁଚିଥିବା ରଣନୀତିକ ଶତ୍ରୁତାକୁ ଉଜାଗର କରୁଛି।