ବେଜିଂ, ୨୭ ଡିସେମ୍ବର: ଚାଇନା ଉଚ୍ଚ-ଗତି ପରିବହନ କ୍ଷେତ୍ରରେ ଆଉ ଗୋଟିଏ ଐତିହାସିକ ମାଇଲସ୍ଟୋନ୍ ସୃଷ୍ଟି କରିଛି। ଦେଶର ସବୁଠୁ ଦ୍ରୁତଗାମୀ ସୁପରକଣ୍ଡକ୍ଟିଂ ମାଗଲେଭ୍ ଟ୍ରେନ୍ ମାତ୍ର ୨ ସେକେଣ୍ଡ ମଧ୍ୟରେ ଘଣ୍ଟାପ୍ରତି ୭୦୦ କିଲୋମିଟର ବେଗ ପ୍ରାପ୍ତ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି।
ଚାଇନା ନ୍ୟାଶନାଲ୍ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜିର ଗବେଷକ ଦଳ ଦ୍ୱାରା ଏହି ମ୍ୟାଗ୍ନେଟିକ୍ ଲେଭିଟେଶନ ଟ୍ରେନ୍ର ସଫଳ ପରୀକ୍ଷା କରାଯାଇଥିଲା। ପ୍ରାୟ ୧,୦୦୦ କିଲୋଗ୍ରାମ ଓଜନର ଏହି ଟ୍ରେନ୍କୁ ୪୦୦ ମିଟର ଦୀର୍ଘ ଏକ ମାଗଲେଭ୍ ଟ୍ରାକ୍ରେ ପରୀକ୍ଷା କରାଯାଇ, ଅତ୍ୟନ୍ତ କମ୍ ସମୟ ମଧ୍ୟରେ ଏହାକୁ ଅତ୍ୟଧିକ ବେଗରେ ପହଞ୍ଚାଯାଇଥିଲା।
ଗବେଷକମାନଙ୍କ କହିବା ଅନୁସାରେ, ଟ୍ରେନ୍ଟି ଉକ୍ତ ବେଗ ପ୍ରାପ୍ତ କରିବା ପରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଅଟକିଥିଲା, ଯାହା ଏହାର ପ୍ରଯୁକ୍ତିଗତ ସ୍ଥିରତାକୁ ସାବିତ କରେ। ଏହି ସଫଳତା ସହିତ ଏହାକୁ ଏପର୍ଯ୍ୟନ୍ତର ସବୁଠୁ ଦ୍ରୁତ ସୁପରକଣ୍ଡକ୍ଟିଂ ଇଲେକ୍ଟ୍ରିକ୍ ମାଗଲେଭ୍ ଟ୍ରେନ୍ ଭାବେ ଗଣାଯାଉଛି।
ଏହି ନୂଆ ରେକର୍ଡ ଉଚ୍ଚ-ଗତି ରେଳ ପ୍ରଯୁକ୍ତିରେ ଚାଇନାର ଅଗ୍ରଗାମୀ ସ୍ଥାନକୁ ଆହୁରି ମଜବୁତ କରିଛି।





