ୱାଶିଙ୍ଗଟନ, ୨୦ ସେପ୍ଟେମ୍ବର: H-1B ଭିସାଧାରୀଙ୍କ ପାଇଁ ଫି ସମ୍ପର୍କରେ ଆମେରିକାରୁ ବଡ଼ ଅପଡେଟ୍ ଆସିଛି। ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଛି ଯେ ବାର୍ଷିକ ୧ ଲକ୍ଷ ଡଲାର (ପ୍ରାୟ ୮୩ ଲକ୍ଷ ଟଙ୍କା) ନୂତନ H-1B ଭିସା ଆବେଦନକାରୀମାନଙ୍କୁ ଦେବାକୁ ପଡ଼ିବ। କିନ୍ତୁ ପୂର୍ବରୁ H-1B ଭିସାରେ କାର୍ଯ୍ୟରତ ବିଦେଶୀ କର୍ମଚାରୀଙ୍କୁ ଏହି ଫି ଲାଗୁ ହେବନାହିଁ।
ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ ନୂଆ ଆଦେଶ ପରେ H-1B ଭିସାଧାରୀମାନଙ୍କ ମଧ୍ୟରେ, ବିଶେଷକରି ଭାରତୀୟ IT ପେଶାଜୀବୀମାନଙ୍କ ଭିତରେ ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ, ଅଧିକାଂଶ H-1B ଭିସାଧାରୀ ଭାରତୀୟ ହେବାରୁ, ଏହି ଅତିରିକ୍ତ ଭାରୀ ଫି ପରିବାର ଓ ପେଶାଗତ ଜୀବନରେ ଅସୁବିଧା ଆଣିପାରୁଥିଲା।
କିନ୍ତୁ ଏବେ ସରକାରୀ ସ୍ପଷ୍ଟୀକରଣ ପରେ, ପୂର୍ବରୁ H-1B ଭିସାରେ କାର୍ଯ୍ୟରତ ପେଶାଜୀବୀମାନେ ନିଜ କାମ ନିର୍ବିଘ୍ନରେ କରିପାରିବେ ଏବଂ ସେମାନଙ୍କୁ ଅତିରିକ୍ତ ଫି ଦେବାକୁ ପଡ଼ିବନାହିଁ।