ନୂଆଦିଲ୍ଲୀ, ୧୦ ମେ – ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଏକ ଶ୍ରୀଲଙ୍କା ତାମିଲ ନାଗରିକଙ୍କ ଦ୍ୱାରା ଦାଖଲ ହୋଇଥିବା ଶରଣାର୍ଥୀ ଆବେଦନକୁ ଖାରଜ କରିଦେଇଛି। ଉକ୍ତ ନାଗରିକ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଦୋଷୀ ହୋଇ ୭ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ ଓ ତା’ପରେ ତାଙ୍କୁ ଶ୍ରୀଲଙ୍କାକୁ ପ୍ରତ୍ୟାର୍ପଣ ନେଇ ଆପତ୍ତି କରିଥିଲେ।
ବିଚାରପତି ଦୀପଙ୍କର ଦତ୍ତ ଓ ବିନୋଦ ଚନ୍ଦ୍ରନଙ୍କ ବେଞ୍ଚ ସଫ ସବ୍ଦରେ କହିଛି, “ଭାରତ ଧର୍ମଶାଳା ନୁହେଁ। ଆମେ ୧୪୦ କୋଟି ଲୋକଙ୍କୁ ନେଇ ଜଣେ ମଧ୍ୟ ଅଧିକ ଭାର ବହିପାରିବୁନି। ଯଦି ଜୀବନକୁ ବିପଦ ଅଛି, ତେବେ ଅନ୍ୟ ଦେଶକୁ ଯିଅ।”
ଆବେଦନକାରୀଙ୍କ ଅଧିବକ୍ତା ଯୁକ୍ତି ଦେଇଥିଲେ ଯେ ଆବେଦନକାରୀଙ୍କ ପତ୍ନୀ ଓ ସନ୍ତାନମାନେ ଭାରତରେ ବସବାସ କରୁଛନ୍ତି, ତଥାପି ବେଞ୍ଚ ତା’କୁ ଗୁରୁତ୍ୱ ଦେଇନାହିଁ। ସେମାନେ ସ୍ପଷ୍ଟ କହିଦେଇଛନ୍ତି ଯେ ବସବାସ ଓ ଆଜାଦିର ଅଧିକାର କେବଳ ଭାରତୀୟ ନାଗରିକମାନେ ପାଇଁ ନିର୍ଦ୍ଧାରିତ।