ନୂଆଦିଲ୍ଲୀ, ୩ ଜୁଲାଇ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗରେ ଚାଇନାର ଅଭିମତ ପରେ ଭାରତ ସ୍ପଷ୍ଟ ଶବ୍ଦରେ ପ୍ରତିକ୍ରିୟା ଦେଇଛି। ଚୀନ ସମ୍ପ୍ରତି ଦାବି କରିଥିଲା ଯେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ନିର୍ବାଚନ ପ୍ରକ୍ରିୟାକୁ ତାଙ୍କ ଅନୁମୋଦନ ବିନା ବୈଧ ମନାଯିବ ନାହିଁ। ଏହି ମେଲେ, ଭାରତ ସରକାର ପରୋକ୍ଷ ଭାବେ ଚାଇନାକୁ ଭର୍ତ୍ସନା କରିଛି।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏହି ପ୍ରସଙ୍ଗରେ କହିଛନ୍ତି, “ଦଲାଇ ଲାମାଙ୍କ ଗୁରୁତ୍ୱ କେବଳ ତିବ୍ବତୀୟ ଲୋକମାନଙ୍କ ପାଇଁ ନୁହେଁ, ବିଶ୍ୱର ସମସ୍ତ ଅନୁଗାମୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ତାଙ୍କର ଉତ୍ତରାଧିକାରୀ କିଏ ହେବେ, ସେ ନିଷ୍ପତ୍ତି ମାତ୍ର ତାଙ୍କର ହକରେ ଅଛି। ଏଥିରେ କୌଣସି ବାହ୍ୟ ହସ୍ତକ୍ଷେପ ଅବାଞ୍ଛିତ।”

ଏହି ବୟାନ, ଚୀନର ସେହି ଦାବି ପରେ ଆସିଛି ଯେ, ଦଲାଇ ଲାମାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ପାଇଁ ତାଙ୍କ ଅନୁମୋଦନ ଆବଶ୍ୟକ। ଏହା ନେଇ ତିବ୍ବତୀୟ ବୌଦ୍ଧମାନେ ମଧ୍ୟରେ ଅସନ୍ତୋଷ ଓ ଅନ୍ତର୍ଦ୍ଦ୍ୱନ୍ଦର ପରିସ୍ଥିତି ସୃଷ୍ଟି ହୋଇଛି।

ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ଉତ୍ତରାଧିକାରୀ ସଂପର୍କରେ ନିଷ୍ପତ୍ତି ନେବା ଅଧିକାର କେବଳ ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟ ପାଖରେ ଅଛି, ଯାହା ୨୦୧୫ରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସେ କହିଥିଲେ, ତାଙ୍କ ପରେ ଉତ୍ତରାଧିକାରୀ ରହିବେ କି ନାହିଁ, ଏହା ସମୟ ଓ ପରିସ୍ଥିତି ଉପରେ ନିର୍ଭର କରିବ।