ଭିଏନା: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (IAEA) ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। IAEA ରିପୋର୍ଟ ଅନୁଯାୟୀ, ଇରାନର ଦୁଇଟି ପ୍ରମୁଖ ପରମାଣୁ କେନ୍ଦ୍ର — ‘ତେସା କରାଜ ୱାର୍କସପ୍’ ଏବଂ ‘ତେହରାନ ରିସର୍ଚ୍ଚ ସେଣ୍ଟର’ — ଇସ୍ରାଏଲୀ ବୋମାବର୍ଷାରେ ଗଭୀର କ୍ଷତିଗ୍ରସ୍ତ ହୋଇଛି।

IAEA ସୂଚନା ଅନୁଯାୟୀ, କରାଜରେ ଥିବା ଏହି ଠିକଣାରେ ଦୁଇଟି ମୁଖ୍ୟ କୋଠା ପୂର୍ଣ୍ଣ ଭାବରେ ଧ୍ବଂସ ହୋଇଛି, ଯେଉଁଠି ଅତ୍ୟାଧୁନିକ ସେଣ୍ଟ୍ରିଫ୍ୟୁଜ ଉପକରଣ ନିର୍ମାଣ ଓ ପରୀକ୍ଷା କରାଯାଉଥିଲା। ଏହି କାରଖାନାର ଉପକରଣଗୁଡ଼ିକୁ ତେହରାନରେ ଟେଷ୍ଟ କରାଯାଉଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।
ପୂର୍ବରୁ ନତାଞ୍ଜ ପରମାଣୁ ଠିକଣାରେ ପରୋକ୍ଷ ଆକ୍ରମଣ ହେବାର ଅଭିଯୋଗ ଆସିଥିଲା, କିନ୍ତୁ IAEA ଏଥିକେ ସ୍ପଷ୍ଟ କରିଛି ଯେ, ଏହି ସ୍ଥଳର ଭୂତଳ ହଲ୍ଗୁଡ଼ିକ ମଧ୍ୟ ନଷ୍ଟ ହୋଇଛି। ଉପଗ୍ରହ ଚିତ୍ର ବିଶ୍ଳେଷଣରୁ ଏହି ତଥ୍ୟ ସାବିତ ହୋଇଛି।
IAEA ଆହୁରି କହିଛି, ଏହି ଦୁଇ ଠିକଣାରୁ ବିକିରଣ ଓ ରାସାୟନିକ ପ୍ରଦୂଷଣ ଆରମ୍ଭ ହୋଇଛି, ଯାହା ସ୍ଥାନୀୟ ଓ ଆଞ୍ଚଳିକ ସ୍ତରରେ ଚିନ୍ତାର ବିଷୟ ହେବା ସ୍ୱାଭାବିକ। ତଥାପି, ଇରାନର ଅନ୍ୟାନ୍ୟ ପରମାଣୁ କେନ୍ଦ୍ରଗୁଡ଼ିକର ଅବସ୍ଥା ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ମିଳିନାହିଁ, କାରଣ IAEA ଏଯାଁତାକୁ ତାଲିକାଭୁକ୍ତ ସ୍ଥଳଗୁଡ଼ିକର ଯାଞ୍ଚ କରିପାରିନାହିଁ।