Iran: Israel ଏବଂ United States ସହ ଚାଲିଥିବା ଯୁଦ୍ଧ ୩୨ତମ ଦିନରେ ପ୍ରବେଶ କରିଥିବାବେଳେ ଇରାନରେ ଆକ୍ରମଣର ଲକ୍ଷ୍ୟରେ ଏବେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ଏବଂ ବୈଜ୍ଞାନିକ ଗବେଷଣା କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍‌ କରାଯାଉଛି।

ଇରାନର ବିଜ୍ଞାନ ମନ୍ତ୍ରାଳୟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୨୧ଟି ବିଶ୍ବବିଦ୍ୟାଳୟ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହାରେ ଅନେକ ଶିକ୍ଷାନୁଷ୍ଠାନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି।

ତେହେରାନସ୍ଥିତ Iran University of Science and Technology ଉପରେ ହୋଇଥିବା ଆକ୍ରମଣରେ ଏହାର ଅନେକ କୋଠା ଭାଙ୍ଗିପଡ଼ିଛି। ବିଶେଷକରି ଗବେଷଣା କେନ୍ଦ୍ରଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ୧୯୨୯ ମସିହାରେ ସ୍ଥାପିତ ଏହି ପ୍ରତିଷ୍ଠାନ ଇରାନରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ।

ଏହି ପରିପ୍ରେକ୍ଷୀରେ University of Oxfordର ବୈଶ୍ୱିକ ସୁରକ୍ଷା ବିଶେଷଜ୍ଞ Janina Dill କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ ଉପରେ ସିଧାସଳଖ ଆକ୍ରମଣ ଯୁଦ୍ଧ ଆଇନ ଅନୁଯାୟୀ ଗୁରୁତର ଅପରାଧ ଭାବେ ଗଣାଯାଇପାରେ।

ଅନ୍ୟପଟେ Israel Defense Forces ଦାବି କରିଛି ଯେ, ଇରାନ କିଛି ବିଶ୍ବବିଦ୍ୟାଳୟକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ସେଗୁଡ଼ିକୁ ଟାର୍ଗେଟ୍‌ କରାଯାଇଛି।

ଏହି ପରିସ୍ଥିତିରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯୁଦ୍ଧର ନୂଆ କ୍ଷେତ୍ରରେ ପରିଣତ ହେଉଥିବାରୁ ଆନ୍ତର୍ଜାତୀୟ ମଞ୍ଚରେ ଗଭୀର ଚିନ୍ତା ବ୍ୟକ୍ତ କରାଯାଉଛି।