ନୂଆଦିଲ୍ଲୀ: ମେକ୍ସିକୋ ସିଟିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ସୋମବାର ରାତିରେ ଇଜତାପାଲାପା, ଚାଲ୍କୋ ଓ ଇଗ୍ନାସିଓ ଜାରାଗୋଜା ଅଞ୍ଚଳରେ ଥିବା ଜାତୀୟ ରାଜପଥରେ ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣରେ ୩ ଜଣଙ୍କ ଜୀବନହାନି ଘଟିଛି। ଏହି ଦୁର୍ଘଟଣାରେ ୭୦ ଲୋକ ଆହତ ହୋଇଛନ୍ତି, ଯାହାଁମଧ୍ୟରୁ ୧୯ ଜଣଙ୍କର ଅବସ୍ଥା ଗୁରୁତର।

ଘଟଣାରେ ୧୮ଟି ଗାଡ଼ି ପୁଡ଼ି ଖାକ ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏଲ୍‌ପିଜି ଭରା ଟ୍ୟାଙ୍କରଟି ହାଇୱେରେ ଓଲଟି ପଡ଼ିଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଘଟଣାକୁ “ଜରୁରୀକାଳୀନ” ପରିସ୍ଥିତି ଭାବରେ ଘୋଷଣା କରାଯାଇଛି।

ମେକ୍ସିକୋ ସିଟିର ମେୟର ସୂଚନା ଦେଇଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି ଏବଂ ଅନଲାଇନରେ ଘଟଣାସ୍ଥଳର ହୃଦୟଥରା ଭିଡିଓ ଭାଇରାଲ ହୋଇଛି।

ଗତ ଏକ ସପ୍ତାହରେ ମାତ୍ର ମେକ୍ସିକୋ ଜାତୀୟ ରାଜପଥରେ ଏହା ଦ୍ୱିତୀୟ ବଡ଼ ଦୁର୍ଘଟଣା ବୋଲି ଅଧିକାରିକ ସୂଚନାରୁ ଜଣାପଡ଼ିଛି।