ମିସିସିପି: ଯୁକ୍ତରାଷ୍ଟ୍ର ପୁଣିଥରେ ଏକ ମାରଣାନ୍ତିକ ଗୁଳିକାଣ୍ଡରେ ରକ୍ତରଂଜିତ ହୋଇଛି। ଶନିବାର ପ୍ରଭାତରେ ମିସିସିପିର ଲେଲାଣ୍ଡ ଟାଉନରେ ଏହି ଗୁଳିକାଣ୍ଡ ଘଟିଥିଲା, ଯେଉଁଥିରେ ଚାରି ଜଣଙ୍କ ମୃତ୍ୟୁ ଓ ଦଶରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ସୂତ୍ରମାନଙ୍କ ଅନୁସାରେ, ଲେଲାଣ୍ଡ ହାଇସ୍କୁଲର ହୋମକମିଙ୍ଗ କ୍ରୀଡା ପାଇଁ ଲୋକମାନେ ଏକାଠି ହୋଇଥିବାବେଳେ ହଠାତ୍‌ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଘଟଣା ସମୟରେ ଅଞ୍ଚଳଟି ଲୋକେ ପୂର୍ଣ୍ଣ ଥିଲା, ଯାହାର ଫଳରେ ହତାହତ ସଂଖ୍ୟା ଅଧିକ ହୋଇଛି।

ଲେଲାଣ୍ଡ ମେୟର ଜନ୍ ଲି ଏକ ବିବୃତ୍ତି ଜାରି କରି ଘଟଣା ନିମନ୍ତେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୁଁ ଏହି ଅମାନବିକ ଘଟଣାରେ ଗଭୀର ଦୁଃଖିତ। ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ସୁସ୍ଥତା ଆଶା କରୁଛି।”

ଘଟଣା ପରେ ଆହତ ଚାରିଜଣଙ୍କୁ ବିମାନ ମାଧ୍ୟମରେ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି ଏବଂ ସନ୍ଦିଗ୍ଧ ଆକ୍ରମଣକାରୀ ଫେରାର ଥିବା ସୂଚନା ମିଳିଛି।

ମିସିସିପି ପୁଲିସ ଏହି ଆକ୍ରମଣକୁ “ଯୋଜିତ ହିଂସା” ବୋଲି ଅନୁମାନ କରୁଛି ଏବଂ ଅଭିଯୁକ୍ତଙ୍କ ଖୋଜ ଜାରି ରଖିଛି।