ମସ୍କୋ, ୨୫ ଜୁଲାଇ: ୟୁକ୍ରେନ୍ ସହ ଯୁଦ୍ଧର ଶେଷ ନେଇ ଶାନ୍ତି ଆଲୋଚନାରେ ରୁଷିଆ ରାଜି ହେବା ପାଇଁ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ କହିଥିବା ବେଳେ, ମସ୍କୋ ଏଥିପାଇଁ କଠୋର ସର୍ତ୍ତ ରଖିଛି। କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି, “ଆମ ଲକ୍ଷ୍ୟ ସ୍ପଷ୍ଟ ଏବଂ ଏହା ହାସଲ କରିବା ପାଇଁ ରୁଷିଆ ପ୍ରତିବଦ୍ଧ। ଶାନ୍ତି ପ୍ରକ୍ରିୟା ଦୀର୍ଘ ଏବଂ ଜଟିଳ, ତେବେ ପୁଟିନ୍ ଏଥିପାଇଁ ଉଦ୍ୟମଶୀଳ।”
ଜୁନ୍ ମାସରେ ଆରମ୍ଭ ହୋଇଥିବା ଆଲୋଚନା ବିଘ୍ନିତ ହେବା ପରେ, ୟୁକ୍ରେନ୍ ପୁନଃ ଏହାକୁ ଆଗକୁ ବଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛି। ଆସନ୍ତା ସପ୍ତାହରୁ ଆଲୋଚନା ଅବାରମ୍ଭ ହେବା ସମ୍ଭାବନା ଅଛି।
ଏହି ପରିପ୍ରେକ୍ଷିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି ଯେ, ଯଦି ୫୦ ଦିନ ମଧ୍ୟରେ ମସ୍କୋ ଶାନ୍ତି ଚୁକ୍ତିରେ ସମ୍ମତି ନ ଦେଇ, ଯୁଦ୍ଧ ଅବସ୍ଥା ଜାରି ରଖିଥାଏ, ତେବେ ରୁଷିଆରୁ ଇନ୍ଧନ କିଣୁଥିବା ଦେଶମାନଙ୍କ ଉପରେ ପାବନ୍ଧି ଲାଗୁ ହେବ ଏବଂ ୟୁକ୍ରେନ୍କୁ ଅଧିକ ଅସ୍ତ୍ର ଓ ସାମରିକ ସାହାଯ୍ୟ ଯୋଗାଇ ଦିଆଯିବ।





