ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିଜା ଶୁଳ୍କକୁ 1 ଲକ୍ଷ ଡଲାର ବଢ଼ାଇବା ପରେ ଭାରତୀୟ ଟଙ୍କା ଡଲାର ସମ୍ମୁଖରେ ରେକର୍ଡ ହ୍ରାସ ପାଇଛି। ମଙ୍ଗଳବାର, ଟଙ୍କା 47 ପଇସା ଦୁର୍ବଳ ହୋଇ 1 ଡଲାର = ₹88.75 ସ୍ତରକୁ ପହଞ୍ଚିଛି।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, H-1B ଶୁଳ୍କ ବୃଦ୍ଧିରୁ ଭାରତୀୟ IT କ୍ଷେତ୍ରର ଆୟ ଓ ବିଦେଶୀ ନିବେଶ ଉପରେ ଆଘାତ ପଡ଼ିଛି। ପୂର୍ବରୁ ବିଦେଶୀ ପୁଞ୍ଜିନିବେଶ ଦୁର୍ବଳ ରହିଥିବାରୁ ଏହା ଟଙ୍କାକୁ ଦ୍ୱିଗୁଣିତ ଚାପ ଦେଇଛି।

ସେଥିପରି, ଆମେରିକା ପକ୍ଷରୁ ଭାରତୀୟ ସାମଗ୍ରୀ ଉପରେ 50% ଟାରିଫ୍‌ ଲାଗୁ କରାଯିବାରୁ ରପ୍ତାନୀ କମିବା ସହିତ ଭାରତୀୟ ମୁଦ୍ରା ବଜାରରେ ଅନିଶ୍ଚିତତା ବଢ଼ିଛି।

ଜାନୁଆରୀ 1ରେ ଯେଉଁଠାରେ 1 ଡଲାର = ₹85.22 ଥିଲା, ସେଥିଠାରୁ ଏପର୍ଯ୍ୟନ୍ତ ଟଙ୍କା 3.5%ରୁ ଅଧିକ ଦୁର୍ବଳ ହୋଇ ସର୍ବକାଳୀନ ନିମ୍ନସ୍ତରକୁ ପହଞ୍ଚିଛି।