ମସ୍କୋ: ରୁଷିଆ କ୍ୟାନ୍ସର ଚିକିତ୍ସାରେ ବଡ଼ ସଫଳତା ପାଇଛି। ନୂଆ କ୍ୟାନ୍ସର ଟିକାର କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ବ୍ୟବହାର ପାଇଁ ପ୍ରସ୍ତୁତ ବୋଲି ଫେଡେରାଲ ମେଡିକାଲ ଆଣ୍ଡ ବାୟୋଲୋଜିକାଲ ଏଜେନ୍ସି (FMBA) ଘୋଷଣା କରିଛି।

ଇଷ୍ଟର୍ନ ଇକୋନୋମିକ୍ ଫୋରମ୍‌ରେ FMBA ମୁଖ୍ୟ ଭେରୋନିକା ସ୍କୋର୍ଟସୋଭା କହିଛନ୍ତି, “ଏହି ଟିକା ‘ଇଣ୍ଟେରୋମିକ୍ସ’ mRNA ଟେକ୍ନୋଲୋଜି ଆଧାରରେ ବିକଶିତ ହୋଇଛି।”

କୋଭିଡ୍-୧୯ ଭାକ୍ସିନ୍‌ର ପରି, ଏହି mRNA ଟିକା ଶରୀରର କୋଷଗୁଡ଼ିକୁ ପ୍ରୋଟିନ୍‌ ଉତ୍ପାଦନ କରିବାକୁ ଶିଖାଏ, ଯାହା କ୍ୟାନ୍ସର ସେଲ୍‌ ବିରୋଧରେ ପ୍ରତିରୋଧ କ୍ଷମତା ସୃଷ୍ଟି କରେ।