କିଭ୍: ରୁଷ ୟୁକ୍ରେନ ଉପରେ ବିପୁଳ ପ୍ରମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଚାଲାଇଛି। ବିଶେଷକରି ୟୁକ୍ରେନର କେନ୍ଦ୍ରୀୟ ଏବଂ ପଶ୍ଚିମ ଅଞ୍ଚଳଗୁଡ଼ିକୁ ଲକ୍ଷ୍ୟ କରି ଏହି ଆକ୍ରମଣ ସଂପନ୍ନ ହୋଇଛି।

ୟୁକ୍ରେନୀୟ ବାୟୁସେନା ଜଣାଇଛି ଯେ ଗତ ରାତିରେ ରୁଷ ୪୭୯ଟି ଡ୍ରୋନ୍ ଏବଂ ୨୦ଟି ପ୍ରକାରର କ୍ଷେପଣାସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲା। ତେବେ ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ୨୭୭ ଡ୍ରୋନ୍ ଏବଂ ୧୯ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ଧ୍ୱଂସ କରିବାରେ ସଫଳ ହୋଇଛି।

ବାୟୁସେନା ଦାବି କରିଛି ଯେ କେବଳ ୧୦ ଡ୍ରୋନ୍ କିମ୍ବା କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛି। ତେବେ ଏହି ଦାବିକୁ ସ୍ୱାଧୀନ ଭାବରେ ପ୍ରମାଣିତ କରାଯାଇନାହିଁ।

ଏହି ଆକ୍ରମଣ ୟୁକ୍ରେନ-ରୁଷ ଯୁଦ୍ଧ ଅବସ୍ଥାକୁ ନୂଆ ଉତ୍ତେଜନାରେ ପହଞ୍ଚାଇଛି ଏବଂ ଆସନ୍ତା ଦିନଗୁଡ଼ିକୁ ନେଇ ଚିନ୍ତା ବଢ଼ାଇଛି।