ନୂଆଦିଲ୍ଲୀ, ୨୮ ଜୁଲାଇ | ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଯେଉଁସବୁ ଦେଶ ସହ ଆମେରିକାର ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନାହିଁ, ସେମାନଙ୍କୁ ୧୫ରୁ ୨୦ ପ୍ରତିଶତ ମଧ୍ୟରେ ବିଶ୍ୱବ୍ୟାପୀ ଟାରିଫ ଅନ୍ତର୍ଗତ କରାଯିବ। ଟ୍ରୁଥ ସୋସିଆଲ ଓ ହ୍ୱାଇଟ ହାଉସର ଏକ ଭିଡିଓ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି।
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, “ଏହି ଟାରିଫ ଦଣ୍ଡ ନୁହେଁ, ବରଂ ଆମେରିକାର ବାଣିଜ୍ୟ ନୀତିକୁ ସରଳ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଆମେ ୨୦୦ଟି ଅଲଗା ଚୁକ୍ତି କରିପାରିବୁ ନାହିଁ, ସେଥିପାଇଁ ବିଶ୍ୱ ଟାରିଫ ଏକ ବିକଳ୍ପ ହେବ।”
ଏହି ପ୍ରସ୍ତାବ ୧ ଅଗଷ୍ଟ ଡେଡଲାଇନ ପୂର୍ବରୁ ଆସିଛି, ଯେଉଁଥିରେ ଟ୍ରମ୍ପ ବିଭିନ୍ନ ଦେଶକୁ ୱାଶିଂଟନ ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଚାପ ଦେଇଛନ୍ତି।
ସେ ଜଣାଇଛନ୍ତି ଯେ, ଆମେରିକା ଜାପାନ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ସହ ନୂଆ ବାଣିଜ୍ୟ ଚୁକ୍ତି କରିଛି। ଜାପାନ କାର ଓ ଚାଉଳ ବଜାର ଖୋଲିଛି, ଫିଲିପାଇନ୍ସ ଯାହା ଆଗରୁ ବନ୍ଦ ଥିଲା, ବର୍ତ୍ତମାନ ଖୋଲିଛି। ଚାଇନା ସହ ଆଲୋଚନା ଚାଲିଛି ଓ ଆମେରିକୀୟ ପଣ୍ୟ ପାଇଁ ବିଶେଷ ବଜାର ଆଶା କରାଯାଉଛି।
ଟ୍ରମ୍ପ କହିଛନ୍ତି, ଜାପାନୀ ଆମଦାନୀ ପାଇଁ ୧୫ ପ୍ରତିଶତ ଟାରିଫ ଲାଗୁ ହେବ ଓ ଇଉରୋପୀୟ ସଂଘର ବହୁତ ପଣ୍ୟ ପାଇଁ ଏହି ହାର ପ୍ରଯୁକ୍ତ ହେବ।





