ୱାସିଙ୍ଗଟନ୍ (୧୫ ମେ): ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଗେ ବିଭିନ୍ନ ଦାବି କରିଥିବା ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ପ୍ରଥମଥର ପାଇଁ ସ୍ୱୀକାର କରିଛନ୍ତି ଯେ, ସେ ଯୁଦ୍ଧବିରତି ଆଣିନାହାଁନ୍ତି ଓ କୌଣସି ମଧ୍ୟସ୍ଥତା ବି କରିନାହାଁନ୍ତି । ଟ୍ରମ୍ପଙ୍କ କହିବା ଅନୁସାରେ, ସେ କେବଳ ସମସ୍ୟା ସମାଧାନ ପ୍ରଚେଷ୍ଟାରେ ସାହାଯ୍ୟ କରିଥିଲେ ।
ଟ୍ରମ୍ପ ସ୍ପଷ୍ଟ କହିଛନ୍ତି, “ମୁଁ ଯୁଦ୍ଧବିରତି କରାଇନି, କେବଳ ଦୁଇ ଦେଶ ମଧ୍ୟରେ ଥିବା ଅସୁବିଧାର ସମାଧାନ ପାଇଁ ସାହାଯ୍ୟ କରିଛି।”
ଉଲ୍ଲେଖନୀୟ ଯେ, ପୂର୍ବରୁ ଟ୍ରମ୍ପ କେତେବେଳେ ଏହି ଦାବି କରିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମାଇବା ଓ ଯୁଦ୍ଧବିରତି ଆଣିବାରେ ତାଙ୍କ ଭୂମିକା ଥିଲା। ଏହି ମାମଲାରେ ଭାରତ ସ୍ପଷ୍ଟ କରିଥିଲା ଯେ, ଯୁଦ୍ଧବିରତି ପାଇଁ ପାକିସ୍ତାନ ନିଜେ ଅନୁରୋଧ କରିଥିଲା ଓ ତା’ପରେ ଦୁଇ ଦେଶର ଡିଜିଏମଓମାନେ ଫୋନ୍ କଥା ହୋଇଥିଲେ।
ଟ୍ରମ୍ପଙ୍କ ଏହି ନୂତନ ମନ୍ତବ୍ୟରେ ପ୍ରକାଶ ପାଉଛି ଯେ ସେ ତାଙ୍କ ପୂର୍ବ ଦାବିରୁ ଓହରି ଯାଇଛନ୍ତି ଓ ବର୍ତ୍ତମାନ ଗୋଟିଏ ନିଷ୍ପକ୍ଷ ଭୂମିକାକୁ ଦର୍ଶାଇବା ଚେଷ୍ଟା କରୁଛନ୍ତି।