ୱାସିଂଟନ: ମଧ୍ୟପ୍ରାଚ୍ୟରେ Iran ବିରୋଧରେ ଚାଲିଥିବା ଯୁଦ୍ଧର ଖର୍ଚ୍ଚ ବହନ ପାଇଁ Pentagon ପକ୍ଷରୁ US Congress କୁ ୨୦୦ ବିଲିୟନ ଡଲାରରୁ ଅଧିକ ଅତିରିକ୍ତ ପାଣ୍ଠି ଅନୁମୋଦନ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବକୁ White House ମାଧ୍ୟମରେ ଆଗକୁ ବଢ଼ାଯାଇଥିବା ସୂଚନା ମିଳିଛି।

ଏହି ଖବର ପ୍ରକାଶ ପାଇବା ସହିତ Iran ପକ୍ଷରୁ କଟୁ ପ୍ରତିକ୍ରିୟା ଆସିଛି। ଇରାନର ବୈଦେଶିକ ମନ୍ତ୍ରୀ Abbas Araghchi ଆମେରିକା ଉପରେ ଆକ୍ରୋଶ ଜଣାଇ କହିଛନ୍ତି ଯେ, ଏହି ଯୁଦ୍ଧ ନିଜସ୍ୱ ଲୋକଙ୍କ ଉପରେ ଅର୍ଥନୈତିକ ଭାର ବଢ଼ାଇବାର ଏକ ନୀତି। ସେ ଅଭିଯୋଗ କରିଛନ୍ତି ଯେ, ଆମେରିକା ‘ଇସ୍ରାଏଲ-ପ୍ରଥମେ’ ନୀତି ଅନୁସରଣ କରୁଛି, ଯାହାର ପରିଣାମ ସାଧାରଣ ନାଗରିକମାନେ ଭୋଗୁଛନ୍ତି।

ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ Abbas Araghchi କହିଛନ୍ତି ଯେ, ଏହି ଯୁଦ୍ଧର ଭାର ଆମେରିକୀୟ ନାଗରିକଙ୍କୁ ବହନ କରିବାକୁ ପଡ଼ୁଛି ଏବଂ ଏହା ଆଗାମୀଦିନରେ ଆମେରିକାର ଅର୍ଥନୀତିକୁ ଗଭୀର ପ୍ରଭାବ ପକାଇପାରେ।

ପୂର୍ବରୁ ମଧ୍ୟ ଆଲୋଚନାରେ Abbas Araghchi କହିଥିଲେ ଯେ, United States ଯୁଦ୍ଧରେ ଯୋଗଦେବା ପଛରେ ସ୍ପଷ୍ଟ ରଣନୀତି ନାହିଁ। ତାଙ୍କ ମତରେ Benjamin Netanyahuଙ୍କ ନୀତି ଯୋଗୁଁ ଆମେରିକା ଏହି ସଂଘର୍ଷରେ ଜଡ଼ାଇ ପଡ଼ିଛି।

ଏହି ପରିସ୍ଥିତି ମଧ୍ୟରେ ଯୁଦ୍ଧର ଖର୍ଚ୍ଚ ଲଗାତାର ବଢ଼ୁଥିବାରୁ ଆଗାମୀଦିନରେ ଆମେରିକାର ଅର୍ଥନୀତି ଉପରେ ଅଧିକ ଚାପ ପଡ଼ିବା ଆଶଙ୍କା କରାଯାଉଛି।