ମିସିଗାନ: ଆମେରିକାର ମିସିଗାନରେ ରବିବାର ଏକ ଚର୍ଚ୍ଚରେ ଗୁଳିକାଣ୍ଡ ସହିତ ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାଣ୍ଡ ବ୍ଲାଙ୍କର Church of Jesus Christ of Latter-day Saints (ମୋରମନ୍ ଚର୍ଚ୍ଚ)ରେ ଏହି ଘଟଣା ଘଟିଥିଲା ।
ସ୍ଥାନୀୟ ପୁଲିସ ସୂଚନା ଅନୁଯାୟୀ, ଗୁଳିକାଣ୍ଡରେ କିଛି ଲୋକ ଆହତ ହୋଇଥିବାବେଳେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି । ପୁଲିସ ଫେସବୁକ୍ ମାଧ୍ୟମରେ କହିଛି ଯେ, କେହି ଗୁରୁତର ଅବସ୍ଥାରେ ନଥିଲେ ମଧ୍ୟ ଚର୍ଚ୍ଚ ଭିତରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ପୁଲିସ ଓ ଜରୁରୀକାଳୀନ ସେବାକର୍ମୀମାନେ ଉପସ୍ଥିତ ରହିଥିଲେ ଏବଂ ସାଧାରଣଙ୍କୁ ଅଞ୍ଚଳରୁ ଦୂରେଇବାକୁ ଅନୁରୋଧ କରିଥିଲେ ।
ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା କିମ୍ବା ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ଚର୍ଚ୍ଚ ସେବା ସମୟରେ ଘଟିଥିଲା ଯେଉଁଠାରେ ଅନେକ ଭକ୍ତ ଉପସ୍ଥିତ ଥିଲେ ।
ପୋଲିସ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଘଟଣାର କାରଣ ଖୋଜିବାକୁ ତଦନ୍ତ କରୁଛନ୍ତି । ସୁରକ୍ଷାକୁ ଧ୍ୟାନରେ ରଖି ଅଞ୍ଚଳରେ ପ୍ରତିରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।