ୱାସିଂଟନଡିସି: ଆମେରିକା, ଯାହାକୁ ବିଶ୍ୱର ସବୁଠାରୁ ଧନୀ ଓ ଶକ୍ତିଶାଳୀ ଦେଶ ବୋଲି ଗଣାଯାଏ, ସେହି ଦେଶ ବର୍ତ୍ତମାନ ପ୍ରକୃତିର ପ୍ରକୋପ ଆଗରେ ଅସହାୟ ହୋଇପଡ଼ିଛି। ଟେକ୍ସାସ୍ ଓ କେର୍ବିଲ ରାଜ୍ୟର ଅନେକ ଅଞ୍ଚଳରେ ହେବାକୁ ବ୍ୟାପକ ବର୍ଷା ପରେ ଭୟାବହ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି। ବନ୍ୟାର ତିବ୍ରତା ଏପରି ଯେ, ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ ଠାରୁ ଅଧିକ ଲୋକ ନିଖୋଜ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମାତ୍ର କିଛି ଘଣ୍ଟା ମଧ୍ୟରେ ଭୟଙ୍କର ବର୍ଷା ହେବାରୁ ଟେକ୍ସାସର ଗ୍ବାଡାଲୁପ୍ ନଦୀରେ ପାଣି ୨୦ ଫୁଟ ଯାଏଁ ବୃଦ୍ଧି ପାଇଛି। ଏହି ବନ୍ୟା ପରିସ୍ଥିତି ଫଳରେ ଅନେକ ଘର ବୁଡ଼ିଯାଇଛି, ଲୋକମାନେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି।
ଅନେକ ଅଞ୍ଚଳରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥା ବି ପ୍ରଭାବିତ ହୋଇଛି। ଉଦ୍ଧାର କାର୍ଯ୍ୟ ଜୋରଦାର ହେଉଥିବାବେଳେ ଅଧିକ ନିଖୋଜ ଲୋକଙ୍କ ପତ୍ତା ଲାଗି ତଦନ୍ତ ଜାରି ଅଛି।
ଏହି ଦୁର୍ଦ୍ଶା ପ୍ରମାଣିତ କରିଛି ଯେ, ବିକାଶ ଓ ପ୍ରଗତି ସହିତ ସାଥି ସାଥି ପ୍ରକୃତି ପ୍ରତି ସମ୍ମାନ ଓ ଏହାର ସୁନିୟନ୍ତ୍ରଣ ଅତ୍ୟାବଶ୍ୟକ। ବୃହତ ପ୍ରମାଣରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ବିଶ୍ୱକୁ ପରିବେଶ ସୁରକ୍ଷା ବିଷୟରେ ଗଭୀର ଚିନ୍ତା କରିବାକୁ ବାଧ୍ୟ କରୁଛି।