ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଭାରତ ଆସୁଛନ୍ତି। ତାଙ୍କ ଦୁଇ ଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜଧାନୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଜାରି ରହିଛି। ଡିସେମ୍ବର ୪ ଓ ୫ରେ ତାଙ୍କ ରହଣୀ, ଯାନବାହନ, କାର୍ଯ୍ୟକ୍ରମ ଓ ଲଜିଷ୍ଟିକ୍‌ସ‌କୁ ନେଇ ସମସ୍ତ ପ୍ରସ୍ତୁତି ପୂରା ହୋଇଯାଇଛି।

ପୁଟିନଙ୍କ ଆଗମନ ସହିତ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ “ହାଇ ଆଲର୍ଟ” ଘୋଷଣା କରାଯାଇଛି। ତାଙ୍କ ବିଶେଷ ବିମାନରେ ଉଚ୍ଚସ୍ତରୀୟ କ୍ଷେପଣାସ୍ତ୍ର-ଜାମିଂ ସିଷ୍ଟମ ଲାଗୁ ରହିଛି, ଯାହା ଯେକୌଣସି ଆକ୍ରମଣ ପ୍ରୟାସକୁ ନିଷ୍ଫଳ କରିପାରେ।

ପୁଟିନଙ୍କ ସୁରକ୍ଷା କବଚ: ୪-ସ୍ତରୀୟ ବିଶେଷ ବ୍ୟବସ୍ଥା

  • ପୁଟିନଙ୍କ ସହ ଭାରତ ଆସୁଛନ୍ତି ୫୦ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ।
  • ତାଙ୍କ ବିମାନ ଆଣ୍ଟି-ମିସାଇଲ୍ ପ୍ରୁଫ୍, ଯେଉଁଥିରେ ଅଗ୍ରଗାମୀ ଜାମିଂ ସିଷ୍ଟମ ଅଛି।
  • ସୁରକ୍ଷାକୁ ଧ୍ୟାନରେ ରଖି ଆଉ ଦୁଇଟି ବିମାନ ସହଯାତ୍ରୀ ଭାବେ ଉଡାଣ ଭରିବ।
  • ସମସ୍ତ ସୁରକ୍ଷା ଦାୟିତ୍ୱ ନେଇଛି ଫେଡେରାଲ ପ୍ରୋଟେକ୍ଟିଭ୍ ସର୍ଭିସ।
  • ପ୍ରେସିଡେଣ୍ଟାଲ ସିକ୍ୟୁରିଟି ସର୍ଭିସ୍‌ ୪ ସ୍ତରୀୟ ଘେରାବନ୍ଦି ସୁରକ୍ଷା ରଖିବ।
  • ସୁରକ୍ଷାକର୍ମୀଙ୍କ ପାଖରେ ବୁଲେଟ୍‌ପ୍ରୁଫ ସୁଟକେସ୍‌, APS ପିସ୍ତଲ, PP-200 ସବମେସିନ୍ ଗନ୍, ନାଇଟ୍‌ଭିଜନ୍ ଓ ଥର୍ମାଲ୍‌ ସ୍କାନର ରହିବ।
  • ସ୍ନାଇପର, କେ-୯ ୟୁନିଟ୍‌, ତଦନ୍ତ ଡ୍ରୋନ୍‌, କାଉଣ୍ଟର-ଡ୍ରୋନ୍ ଟିମ୍‌, ସର୍ଭିଲାନ୍ସ ଇଉନିଟ୍‌ ସଦା ତତ୍ପର ରହିବ।
  • ପୁଟିନ ସହ ଛୋଟ ଲ୍ୟାବ୍‌ ଏବଂ ପର୍ସନାଲ ସେଫ୍‌ ମଧ୍ୟ ଥିବେ, ଯାହା ଖାଦ୍ୟ ପରୀକ୍ଷା କରିବେ।

ଦିଲ୍ଲୀରେ ବିଶେଷ ପ୍ରସ୍ତୁତି

  • ସମଗ୍ର ଦିଲ୍ଲୀକୁ ହାଇ-ସେକ୍ୟୁରିଟି ଜୋନ୍‌ ଭାବେ ଘୋଷଣା।
  • ଏଆଇ ଭିତ୍ତିକ ନିରୀକ୍ଷଣ, ଡ୍ରୋନ୍‌ ଓ ସିସିଟିଭି ମାଧ୍ୟମରେ ପ୍ରତିକୋଣ ନଜରଦାରୀ।
  • ଆତଙ୍କବାଦ, ବୋମା ନିରୋଧୀ ଟିମ୍‌ ସହ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଦଳ ତତ୍ପର।
  • ପୁଟିନଙ୍କ ଯାତ୍ରା ମାର୍ଗରେ ଟ୍ରାଫିକ ନିୟନ୍ତ୍ରଣ ଓ ବିକଳ୍ପ ରାସ୍ତା ବ୍ୟବସ୍ଥା।
  • PMO ଠାରୁ ହାଇଦ୍ରାବାଦ ହାଉସ ପର୍ଯ୍ୟନ୍ତ ରୁଟ୍‌ରେ ଅସ୍ଥାୟୀ ପରିବର୍ତ୍ତନ।
  • ସୁରକ୍ଷା ଟିମ୍‌ ପୂର୍ବରୁ ଆସି ହୋଟେଲ୍‌, ରୋଷେଇଘର ଠାରୁ ଖାଦ୍ୟ ପର୍ଯ୍ୟନ୍ତ ସବୁରେ ତ୍ରିସ୍ତରୀୟ ଯାଂଚ ସମାପ୍ତ କରିଛି।
  • ପୁଟିନଙ୍କ ରୁମ୍‌ରେ ବାହାରର କୌଣସି ସାମଗ୍ରୀ ରହିବ ନାହିଁ—ସବୁକିଛି ରୁଷରୁ ଆଣାଯାଇଛି।

ପୁଟିନଙ୍କ ବୁଲେଟ୍‌ପ୍ରୁଫ ଲିମୋଜିନ୍‌ ଦିଲ୍ଲୀ ପହଞ୍ଚିଲା

ଏୟାରଲିଫ୍ଟ ହୋଇ ଦିଲ୍ଲୀରେ ପହଞ୍ଚିଛି ପୁଟିନଙ୍କ Aurus Senat Limousine—ଏକ ହାଇବ୍ରିଡ୍‌, ଟ୍ରକ୍‌ ପରି ଭାରୀ ଏବଂ ବଙ୍କର ପରି ସୁରକ୍ଷିତ ବୁଲେଟ୍‌ପ୍ରୁଫ କାର।

ଏହାକୁ ଚଳନ୍ତା “ସୁରକ୍ଷା କବଚ” ଭାବେ ଗଣାଯାଏ ଏବଂ ସମସ୍ତ ପ୍ରକାର ଆକ୍ରମଣକୁ ପ୍ରତିହତ କରିପାରେ।

SCO ସମ୍ମିଟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନ ଯେଉଁ କାରରେ ଏକସାଥି ଯାତ୍ରା କରିଥିଲେ, ସେହି ଗାଡ଼ି ହେଉଛି ଏହି Aurus Senat Limousine।