ଭୁବନେଶ୍ୱର, ୬ ଅକ୍ଟୋବର: ଏୟାର ଇଣ୍ଡିଆର ଚେନ୍ନାଇ-କଲମ୍ବୋ ବିମାନ ମଝି ଆକାଶରେ ପକ୍ଷୀ ଧକ୍କା ହେବାରୁ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି। ପାଇଲଟଙ୍କ ତ୍ୱରିତ ସଚେତନତା ଫଳରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଏୟାର ଇଣ୍ଡିଆ ସୂଚନା ଦେଇଛି।

ସୂତ୍ରମାନଙ୍କ ଅନୁସାରେ, ଚେନ୍ନାଇରୁ କଲମ୍ବୋ ଯାଉଥିବା ଏୟାର ଇଣ୍ଡିଆ ଏଆଇ-୨୭୩ ବିମାନ ଆକାଶରେ ଏକ ପକ୍ଷୀ ସହ ଧକ୍କା ହେବା ପରେ ଚେନ୍ନାଇ ବିମାନବନ୍ଦରରେ ଫେରି ଆସିଥିଲା। ପ୍ରାଥମିକ ଯାଞ୍ଚରେ ଘଟଣାଟି ସାମାନ୍ୟ ବୋଲି ମନେ ହୋଇଥିଲା ଏବଂ ଉଡ଼ାଣକୁ ଅନୁମତି ଦିଆଯାଇଥିଲା।

ହେଲେ ପରବର୍ତ୍ତୀ ସକାଳେ, କଲମ୍ବୋରୁ ଚେନ୍ନାଇ ଫେରୁଥିବା ସମୟରେ (ଏଆଇ-୨୭୪), ବୈଷୟିକ ଯାଞ୍ଚ ଦଳ ବିମାନରେ ଏକ କ୍ଷତିଗ୍ରସ୍ତ ଫ୍ୟାନ୍ ବ୍ଲେଡ୍ ଚିହ୍ନଟ କରିଥିଲେ। ଏହାପରେ ବିମାନକୁ “ଏୟାରକ୍ରାଫ୍ଟ ଅନ୍‌ଗ୍ରାଉଣ୍ଡ” (AOG) ଘୋଷଣା କରାଯାଇଛି ଏବଂ ସମ୍ପୂର୍ଣ୍ଣ ଯାଞ୍ଚ ଓ ମରାମତି ହେଉଅ ପର୍ଯ୍ୟନ୍ତ ସେବାରୁ ବାହାରେ ରହିବ।

ଏୟାର ଇଣ୍ଡିଆ ପକ୍ଷରୁ ଜଣାପଡ଼ିଛି ଯେ, ଯାତ୍ରୀମାନଙ୍କ ସୁରକ୍ଷା ସେମାନଙ୍କ ପ୍ରଥମ ପ୍ରାଥମିକତା ଏବଂ ବିମାନର ସମସ୍ତ ତକନିକି ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ମାତ୍ର ସେବା ପୁନର୍ବାହାଳ ହେବ।