ନୂଆଦିଲ୍ଲୀ: ଟ୍ରେନ ସମୟସାରଣୀ (ଟିଏଜି)–୨୦୨୬ ଅଧୀନରେ ଭାରତୀୟ ରେଳବାଇ ଦେଶବ୍ୟାପୀ ଯାତ୍ରୀ ସେବାକୁ ଆହୁରି ସୁଦୃଢ଼ ଓ ତ୍ୱରାନ୍ୱିତ କରିଛି। ନୂତନ ସମୟସାରଣୀ ଅନୁଯାୟୀ, ସର୍ବମୋଟ ୧୨୨ଟି ନୂତନ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାବେଳେ ୮୬ଟି ଟ୍ରେନର ରୁଟ୍ ସମ୍ପ୍ରସାରଣ କରାଯାଇଛି। ସେହିପରି ୮ଟି ଟ୍ରେନର ଯାତ୍ରା ଆବୃତ୍ତି ବୃଦ୍ଧି କରାଯାଇଥିବାବେଳେ ୧୦ଟି ଟ୍ରେନକୁ ସୁପରଫାଷ୍ଟ ଶ୍ରେଣୀରେ ପରିଣତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ୫୪୯ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି।

କେନ୍ଦ୍ରୀୟ ରେଳବାଇ (ସିଆର) ଜୋନରେ ୪ଟି ନୂତନ ଟ୍ରେନ ଆରମ୍ଭ ହୋଇଥିବାବେଳେ ୬ଟି ଟ୍ରେନର ସମ୍ପ୍ରସାରଣ ଏବଂ ୩୦ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ପୂର୍ବତଟ ରେଳବାଇରେ ୪ଟି ନୂତନ ଟ୍ରେନ, ୪ଟି ଟ୍ରେନର ସମ୍ପ୍ରସାରଣ ସହ ୩ଟି ଟ୍ରେନର ଗତି ବୃଦ୍ଧି ହୋଇଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଅଧୀନରେ ୨୦ଟି ନୂତନ ଟ୍ରେନ ଆରମ୍ଭ ହୋଇଥିବାବେଳେ ୨୦ଟି ଟ୍ରେନର ସମ୍ପ୍ରସାରଣ ଓ ୧୨ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ପୂର୍ବ ରେଳବାଇରେ ୬ଟି ନୂତନ ଟ୍ରେନ ଏବଂ ୪ଟି ଟ୍ରେନର ସମ୍ପ୍ରସାରଣ ସହ ୩୨ଟି ଟ୍ରେନର ଗତି ବଢ଼ାଯାଇଛି।

ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନସିଆର) ଜୋନରେ ୨ଟି ନୂତନ ଟ୍ରେନ ଚଳାଚଳ ସହ ୪ଟି ଟ୍ରେନର ସମ୍ପ୍ରସାରଣ କରାଯାଇଛି। ଏହାସହ ୨ଟି ଟ୍ରେନର ଯାତ୍ରା ଆବୃତ୍ତି ବଢ଼ାଯାଇଥିବାବେଳେ ଗୋଟିଏ ଟ୍ରେନର ଗତି ବୃଦ୍ଧି କରାଯାଇଛି। ଉତ୍ତର ପୂର୍ବ ରେଳବାଇରେ ୮ଟି ନୂତନ ଟ୍ରେନ ଆରମ୍ଭ ହୋଇଥିବାବେଳେ ୪ଟି ଟ୍ରେନର ସମ୍ପ୍ରସାରଣ, ୨ଟି ଟ୍ରେନର ଆବୃତ୍ତି ବୃଦ୍ଧି ଓ ୧୨ଟି ଟ୍ରେନର ଗତି ବଢ଼ାଯାଇଛି। ଉତ୍ତର ପୂର୍ବ ସୀମାନ୍ତ ରେଳବାଇ ୧୦ଟି ନୂତନ ଟ୍ରେନ ଆରମ୍ଭ କରିଥିବାବେଳେ ୩୬ଟି ଟ୍ରେନର ଗତି ବୃଦ୍ଧି କରିଛି।

ଉତ୍ତର ରେଳବାଇରେ ୨୦ଟି ନୂତନ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାବେଳେ ୧୦ଟି ଟ୍ରେନର ସମ୍ପ୍ରସାରଣ ଓ ୨୪ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ଉତ୍ତର ପଶ୍ଚିମ ରେଳବାଇ ୧୨ଟି ନୂତନ ଟ୍ରେନ ଆରମ୍ଭ କରି ୬ଟି ଟ୍ରେନର ସମ୍ପ୍ରସାରଣ, ୨ଟି ଟ୍ରେନର ଆବୃତ୍ତି ବୃଦ୍ଧି ଏବଂ ୮୯ଟି ଟ୍ରେନର ଗତି ବଢ଼ାଇଛି।

ଦକ୍ଷିଣ ରେଳବାଇ ୬ଟି ନୂତନ ଟ୍ରେନ ଚଳାଚଳ କରିବା ସହ ୪ଟି ଟ୍ରେନର ସମ୍ପ୍ରସାରଣ କରିଛି ଏବଂ ୨ଟି ଟ୍ରେନକୁ ସୁପରଫାଷ୍ଟ ଶ୍ରେଣୀରେ ପରିଣତ କରି ୭୫ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ଦକ୍ଷିଣ ପଶ୍ଚିମ ରେଳବାଇରେ ୮ଟି ନୂତନ ଟ୍ରେନ ଆରମ୍ଭ ହୋଇଥିବାବେଳେ ୬ଟି ଟ୍ରେନର ସମ୍ପ୍ରସାରଣ, ୮ଟି ଟ୍ରେନକୁ ସୁପରଫାଷ୍ଟରେ ପରିଣତ କରି ୧୧୭ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି, ଯାହା ସମସ୍ତ ଜୋନ ମଧ୍ୟରେ ସର୍ବାଧିକ।

ପଶ୍ଚିମ କେନ୍ଦ୍ରୀୟ ରେଳବାଇ ୮ଟି ନୂତନ ଟ୍ରେନ ଆରମ୍ଭ କରି ୨୭ଟି ଟ୍ରେନର ଗତି ବୃଦ୍ଧି କରିଥିବାବେଳେ ପଶ୍ଚିମ ରେଳବାଇ ୧୦ଟି ନୂତନ ଟ୍ରେନ ଚଳାଚଳ, ୧୦ଟି ଟ୍ରେନର ସମ୍ପ୍ରସାରଣ, ୨ଟି ଟ୍ରେନର ଆବୃତ୍ତି ବୃଦ୍ଧି ଏବଂ ୮୦ଟି ଟ୍ରେନର ଗତି ବଢ଼ାଇଛି।