ସୋନିପତ: କଂଗ୍ରେସ ନେତା Rahul Gandhi ହରିୟାଣାର ସୋନିପତ ଜିଲ୍ଲାର ଗୋହାନା ଅଞ୍ଚଳର ମଦିନା ଗାଁରେ ଜଣେ ଚାଷୀଙ୍କ ଝିଅର ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରାୟ ୩ ବର୍ଷ ପୂର୍ବେ ସେ ଏହି ଚାଷୀଙ୍କ ଜମିରେ ଟ୍ରାକ୍ଟର ଚଳାଇ ଧାନ ରୋପଣ କରିଥିଲେ।

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ରାହୁଲ ଚାଷୀ ସଞ୍ଜୟ ମଲିକଙ୍କ ଘରକୁ ପହଞ୍ଚିଥିଲେ। ସେଙ୍କ ସହ Deepender Singh Hooda ମଧ୍ୟ ଉପସ୍ଥିତ ଥିଲେ। ରାହୁଲ ପ୍ରାୟ ଏକ ଘଣ୍ଟା ସମୟ ଚାଷୀ ପରିବାର ସହ ବିତାଇଥିଲେ।

ସଞ୍ଜୟ ମଲିକଙ୍କ ଝିଅ ତନୁ, ଯିଏ ବିକମ୍‌ ପାସ୍ କରିଛନ୍ତି, ତାଙ୍କ ବିବାହ ରୋହତକ ଜିଲ୍ଲାର ସୁନ୍ଦରପୁରର ସୁନୀଲଙ୍କ ସହ ହେଉଛି। ସୁନୀଲ ଇଂଲିଶ୍‌ରେ ଏମ୍‌ଏ କରିଥିବା ସହ ଜଣେ ଭଲ କ୍ରିକେଟର ମଧ୍ୟ ଅଟନ୍ତି।

ଚାଷୀଙ୍କ ଘରେ ରାହୁଲ ଦୁଧ ସହ ଚୁରମା ଖାଇଥିବା ସହ ତନୁଙ୍କ ମା’, ସାନ ଭଉଣୀ ସାରିତା ଓ ଭାଇ ଦୀପକଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ Imran Pratapgarhi ଚାଷୀ ପରିବାର ସହ ରାହୁଲଙ୍କ ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଥିଲେ।

ରାହୁଲଙ୍କ ଏହି ଦୌରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଚାଲିଛି।