ଭୁବନେଶ୍ୱର: Mohan Charan Majhi ଆଜି ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି। ୨୦୨୩-୨୪ ମସିହାରେ ନିଯୁକ୍ତ ହୋଇଥିବା ଏହି ଶିକ୍ଷକମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଭାବେ ଦେଖାଯାଉଛି।

ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଲାଭାନ୍ବିତ ହେବେ। ସେମାନଙ୍କୁ ଚାକିରୀରେ ଯୋଗଦାନ ତାରିଖଠାରୁ ନିୟମିତ ମାନ୍ୟତା ଦିଆଯାଇଛି।

ତେବେ, ଯୋଗଦାନ ତାରିଖଠାରୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେମାନେ Notional Benefit ପାଇବେ। ୨୦୨୬ ଜାନୁଆରି ୧ ଠାରୁ ସେମାନେ ନିୟମିତ କର୍ମଚାରୀଙ୍କ ଦରମା ସହ ସମସ୍ତ ସୁବିଧା ଉପଭୋଗ କରିପାରିବେ।

ସୂଚନାଯୋଗ୍ୟ ଯେ, ଏହି ବିଷୟରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ଆଜି ଏହାକୁ କାର୍ଯ୍ୟକାରୀ କରାଯାଇଥିବାରୁ ଶିକ୍ଷକ ମହଳରେ ଖୁସିର ଲହରୀ ଦେଖିବାକୁ ମିଳିଛି।