New Delhi:Donald Trumpଙ୍କ ନୂତନ ମନ୍ତବ୍ୟ ପରେ ଅନ୍ତର୍ଜାତୀୟ ତେଲ ବଜାରରେ ହଠାତ୍‌ ପତନ ଦେଖିବାକୁ ମିଳିଛି। ଇରାନର ଶକ୍ତିକେନ୍ଦ୍ର ଉପରେ ଯୋଜନାବଦ୍ଧ ଆକ୍ରମଣକୁ ୫ ଦିନ ପାଇଁ ସ୍ଥଗିତ କରିବା ଘୋଷଣା ପରେ ତେଲ ଦର ତଳକୁ ଖସିଛି।

ବ୍ରେଣ୍ଟ୍‌ କ୍ରୁଡ୍‌ ତେଲର ଦର ପ୍ରାୟ ୧୫% ହ୍ରାସ ପାଇ ବ୍ୟାରେଲ ପିଛା ୯୬ ଡଲାରକୁ ଆସିଛି। ସେହିପରି West Texas Intermediate (WTI) ଦର ମଧ୍ୟ ୧୩.୫% କମି ୮୫.୨୮ ଡଲାରରେ ପହଞ୍ଚିଛି।

ପୂର୍ବରୁ Donald Trump ଇରାନକୁ ୪୮ ଘଣ୍ଟାର ଚରମବାଣୀ ଦେଇ ହର୍ମୁଜ୍ ପ୍ରଣାଳୀ ସଂପୂର୍ଣ୍ଣ ଖୋଲା ନ କଲେ ଆକ୍ରମଣ କରିବେ ବୋଲି ସତର୍କ କରିଥିଲେ। ଏହାର ପ୍ରତିକ୍ରିୟାରେ Islamic Revolutionary Guard Corps ମଧ୍ୟ କଠୋର ମନୋଭାବ ଦେଖାଇଥିଲା। କିନ୍ତୁ ବର୍ତ୍ତମାନ ୫ ଦିନିଆ ବିରତି ଘୋଷଣା ହେବାରୁ ବଜାରରେ ଆତଙ୍କ କିଛିହେଲେ କମିଛି।

ଉଲ୍ଲେଖନୀୟ, Strait of Hormuz ଦ୍ୱାରା ବିଶ୍ୱର ପ୍ରାୟ ୨୦% ଅଶୋଧିତ ତେଲ ଓ ପ୍ରାକୃତିକ ଗ୍ୟାସ୍‌ ପରିବହନ ହୁଏ। ବର୍ତ୍ତମାନ ଏହି ରାସ୍ତାରେ ତଣାତଣି ଜାରି ରହିଥିବାରୁ ଜାହାଜ ଚଳାଚଳ ବହୁଅଂଶରେ ପ୍ରଭାବିତ ହୋଇଛି।

ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ମଧ୍ୟପ୍ରାଚ୍ୟରେ ପ୍ରତିଦିନ ୭ ରୁ ୧୦ ମିଲିୟନ୍‌ ବ୍ୟାରେଲ ତେଲ ଉତ୍ପାଦନ ହୁଏ। ଏହି ଅଞ୍ଚଳରେ ଅସ୍ଥିରତା ହେଲେ ବିଶ୍ୱ ବଜାର ସହିତ India ଭଳି ତେଲ ଆମଦାନିକାରୀ ଦେଶମାନେ ବଡ଼ ପ୍ରଭାବିତ ହୁଅନ୍ତି।

ଏହି ୫ ଦିନିଆ ବିରତି ଯଦି ଜାରି ରହେ, ତେବେ ତେଲ ଦର ଆହୁରି ସ୍ଥିର ହେବାର ସମ୍ଭାବନା ରହିଛି।