ନୂଆଦିଲ୍ଲୀ: Sikkimର ଉତ୍ତର ଅଞ୍ଚଳର Lachenରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟିଥିବାରୁ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଏପ୍ରିଲ ୭ ଠାରୁ ଲଗାତାର ବର୍ଷା ପଡ଼ୁଥିବାରୁ ରାସ୍ତାଘାଟ ଭାଙ୍ଗିଯାଇଛି ଏବଂ ଯାତାୟାତ ବ୍ୟବସ୍ଥା ପୂରାପୂରି ବିଘ୍ନିତ ହୋଇଛି।

ଲାଚେନରୁ ଜିଲ୍ଲା ମୁଖ୍ୟାଳୟ Manganକୁ ଯୋଡ଼ୁଥିବା ମୁଖ୍ୟ ସଡକ ଭୂସ୍ଖଳନରେ ନଷ୍ଟ ହୋଇଥିବାରୁ ପ୍ରାୟ ୧୬୦୦ ପର୍ଯ୍ୟଟକ ସେଠାରେ ଅଟକି ରହିଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି Indian Armyର ଇଷ୍ଟର୍ଣ୍ଣ କମାଣ୍ଡ ଅଧୀନରେ ତ୍ରିଶକ୍ତି କର୍ପ୍ସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବୁଧବାର ଠାରୁ ଅଭିଯାନ ଚାଲୁଥିବା ବେଳେ ଗୁରୁବାର ପୂର୍ବାହ୍ନ ପର୍ଯ୍ୟନ୍ତ ପ୍ରାୟ ୧୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।

ତେବେ ଖରାପ ପାଗ, ଲଗାତାର ବର୍ଷା ସହ ବରଫପାତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହେଉଛି। ସମସ୍ତ ବିପରୀତ ପରିସ୍ଥିତି ସତ୍ତ୍ୱେ ଉଦ୍ଧାର ଦଳ ଅଭିଯାନ ଜାରି ରଖିଛନ୍ତି।

ଉଲ୍ଲେଖନୀୟ, ଲାଚେନ ସିକ୍କିମର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ୨୦୨୩ ମସିହାର ବନ୍ୟା ପରେ କିଛି ସମୟ ପାଇଁ ବନ୍ଦ ରହିଥିବା ଏହି ଅଞ୍ଚଳ ନିକଟତମ ସମୟରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା।