ଭୁବନେଶ୍ୱର: ଓଡ଼ିଶା ପୁଲିସ୍ର ସବ୍-ଇନ୍ସପେକ୍ଟର (ଏସ୍ଆଇ) ଓ ଅନ୍ୟ ସମାନ ପଦବୀରେ ନିଯୁକ୍ତି ପାଇଁ ମିଳିତ ପୁଲିସ୍ ସେବା ପରୀକ୍ଷା-୨୦୨୪ (CPSE-2024)ର ଲିଖିତ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ପକ୍ଷରୁ ନଭେମ୍ବର ୨୭ରେ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୨୬ ଓ ୨୭ ତାରିଖରେ ପରୀକ୍ଷା ହେବ। ଏହି ପରୀକ୍ଷା OMR ପଦ୍ଧତିରେ ଅନୁଷ୍ଠିତ ହେବ।
ଡିସେମ୍ବର ୨୬ରେ ଦୁଇଟି ପେପର୍
ପରୀକ୍ଷା ସୂଚୀ ଅନୁଯାୟୀ, ଡିସେମ୍ବର ୨୬ ତାରିଖରେ ଦୁଇଟି ପେପର୍ର ପରୀକ୍ଷା ହେବ। ପ୍ରଥମ ସିଟିଂରେ ସକାଳ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପେପର୍-୧ରେ ସାଧାରଣ ଇଂରାଜୀ ଓ ଓଡ଼ିଆ ଭାଷା ପରୀକ୍ଷା ହେବ।
ସେହିଦିନ ଦ୍ୱିତୀୟ ସିଟିଂରେ ଅପରାହ୍ଣ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ପେପର୍-୨ରେ ସାଧାରଣ ଅଧ୍ୟୟନ ପରୀକ୍ଷା ଅନୁଷ୍ଠିତ ହେବ।
୨୭ ତାରିଖରେ ଷ୍ଟେସନ୍ ଅଫିସର୍ଙ୍କ ବୈଷୟିକ ପରୀକ୍ଷା
ଡିସେମ୍ବର ୨୭ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପେପର୍-୩ର ବୈଷୟିକ ପରୀକ୍ଷା ହେବ। ଏହି ପରୀକ୍ଷା କେବଳ ଫାୟାର୍ ସର୍ଭିସ୍ର ଷ୍ଟେସନ୍ ଅଫିସର୍ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ନିମନ୍ତେ ଉଦ୍ଦିଷ୍ଟ।
ଆଡମିଟ୍ କାର୍ଡ କେବେ ମିଳିବ?
ପରୀକ୍ଷାର୍ଥୀମାନେ କମିଶନ୍ର ଅଧିକୃତ ୱେବ୍ସାଇଟ୍ www.ousssc.odisha.gov.inରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହା କେବେଠାରୁ ଉପଲବ୍ଧ ହେବ, ସେନେଇ କମିଶନ୍ ପରବର୍ତ୍ତୀ ସମୟରେ ସୂଚନା ଦେବ। ପରୀକ୍ଷା କେନ୍ଦ୍ର ଓ ଅନ୍ୟାନ୍ୟ ଆବଶ୍ୟକ ନିର୍ଦ୍ଦେଶାବଳୀ ଆଡମିଟ୍ କାର୍ଡରେ ଉଲ୍ଲେଖ ରହିବ।
ପରୀକ୍ଷା ସମ୍ପର୍କିତ ନୂଆ ସୂଚନା ଓ ନିର୍ଦ୍ଦେଶାବଳୀ ପାଇଁ ପ୍ରାର୍ଥୀମାନେ ନିୟମିତ ଭାବେ କମିଶନ୍ର ଅଧିକୃତ ୱେବ୍ସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।




